fbpx

ଗୋଆରେ କଂଗ୍ରେସକୁ ଲାଗିବ ବଡ଼ ଝଟକା! ଭାଜପାରେ ମିଶିବେ ୮ ଜଣ ବିଧାୟକ, ହଲଚଲ୍ କଲା ବିଜେପି ଅଧ୍ୟକ୍ଷଙ୍କ ବୟାନ୍

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନ÷ତିକ ପାଣିପାଗ ସେତିକି ଉଷ୍ଣ ହେବାରେ ଲାଗିଛି । ତେବେ ମହାରାଷ୍ଟ୍ର, ବିହାର ପରେ ଏବେ ଗୋଆ ରାଜନୀତି ହଠାତ୍ ସରଗରମ୍ ହୋଇଉଠିଛି । ଗୋଆରେ କଂଗ୍ରେସକୁ ଲାଗିପାରେ ବଡ଼ ଝଟକା । ରାଜ୍ୟ କଂଗ୍ରେସର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣ ଭାଜପାରେ ଯୋଗଦେବେ । ରାଜ୍ୟ ବିଜେପି ଅଧ୍ୟକ୍ଷଙ୍କ ଏହି ବୟାନ ଏବେ ରାଜନୈତିକ ପାଣିପାଗକୁ ଜଟିଳ କରିଦେଇଛି ।

ରାଜ୍ୟ କଂଗ୍ରେସର ୮ ଜଣ ବିଧାୟକ ବିଜେପିରେ ମିଶିବେ ବୋଲି ଗୋଆ ବିଜେପି ଅଧ୍ୟକ୍ଷ ସଦାନନ୍ଦ ତନାୱଡ଼େ ଦୃଢ଼ତାର ସହ କହିଛନ୍ତି । ରାଜ୍ୟ ବିଧାନସଭାର ମୋଟ ସିଟ୍ ସଂଖ୍ୟା ୪୦ ରହିଥିବା ବେଳେ ଏନଡିଏ ପାଖରେ ୨୫ ଜଣ ବିଧାୟକ ରହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ପାଖରେ ୧୧ ଜଣ ବିଧାୟକ ରହିଛନ୍ତି । ଏବେ ସେଥିରୁ ୮ ଜଣ ବିଧାୟକ ଦଳ ଛାଡ଼ି ବିଜେପିରେ ମିଶିବା ନେଇ ସଦାନନ୍ଦ ବୟାନ ଦେଇଛନ୍ତି ।

ଏହା ପୂର୍ବରୁ ଗତ ଜୁଲାଇରେ କଂଗ୍ରେସର ୫ ଜଣ ବିଧାୟକ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ଗୋଟିଏ ପଟେ ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଥିବା ବେଳେ ଗୋଆ କଂଗ୍ରେସରେ ସୃଷ୍ଟି ହୋଇଥିବା ଏହି ଦଳତ୍ୟାଗ ପ୍ରସଙ୍ଗ ପୁଣି ଥରେ କଂଗ୍ରେସକୁ ବ୍ୟାକଫୁଟକୁ ଠେଲି ଦେଇପାରେ । ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ସାରା ଭାରତବର୍ଷର ୧୨ଟି ରାଜ୍ୟରେ ୧୫୦ଦିନରେ ୩୫୭୦ କିମି ଯାତ୍ରା କରିବେ ।

Get real time updates directly on you device, subscribe now.