fbpx

Indian Navy Recruitment: ଏହି ସବୁ ପଦରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଭଲ ଖବର । ଭାରତୀୟ ନୌସେନାରେ ବିଭିନ୍ନ ପଦରେ ଆବେଦନ ଗ୍ରହଣ କରୁଛି । ଏହି ପଦରେ ଆବେଦନ କରିବାକୁ ଚାହୁଥିବା ଆଶାୟୀଙ୍କୁ ଅଫଲାଇନ୍ ଆବେଦନ କରିବାକୁ ପଡ଼ିବ । ଇଚ୍ଛୁକ ଆଶାୟୀ ରୋଜଗାର ସମାଚାର ପତ୍ରରେ ବିଜ୍ଞାପନ ପ୍ରକାଶିତ ହେବାର ୨୧ ଦିନ ଭିତରେ ଆବେଦନ କରିପାରିବେ । ୧୦ ସେପ୍ଟେମ୍ବରରେ ପ୍ରକାଶିତ ରୋଜଗାର ପତ୍ରରେ ଏନେଇ ବିଜ୍ଞାପନ ପ୍ରକାଶିତ ହୋଇଛି ।

ଏହି ସବୁ ପଦ ପାଇଁ ରହିଛି ବିଜ୍ଞପ୍ତି:

ଭାରତୀୟ ନୌସେନା ଡ୍ରାଇଭର, ଲାଇବ୍ରେରୀ ଏବଂ ସୂଚନା ସହାୟକ ଗ୍ରେଡ-ବି, ମୋଟର ଡ୍ରାଇଭର ସିଭିଲିଆନ(ସାଧାରଣ ଗ୍ରେଡ୍) ଗ୍ରୁପ୍ ସି ଏବଂ ଷ୍ଟାଫ୍ ନର୍ସ ପଦରେ ଆବେଦନ ଗ୍ରହଣ କରୁଛି ।

ଲାଇବ୍ରେରୀ ଏବଂ ସୂଚନା ସହାୟକ ଗ୍ରେଡ-ବି: ୬ ପଦ

ମୋଟର ଡ୍ରାଇଭର ସିଭିଲିଆନ(ସାଧାରଣ ଗ୍ରେଡ) ଗ୍ରୁପ ସି-୪୦ ପଦ

ଷ୍ଟାଫ୍ ନର୍ସ-୩

ସବୁ ପଦରେ ଆବେଦନ କରିବା ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ଆବଶ୍ୟକ ରହିଛି । ଅଧିକ ସୂଚନା ପାଇଁ ତଳେ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରି ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ ।

ଷ୍ଟାଫ୍ ନର୍ସ ପଦରେ ଆବେଦନ କରିବା ପାଇଁ ଆଶାୟୀଙ୍କ ଆୟୁ ୧୮ ରୁ ୪୫ ମଧ୍ୟରେ ହୋଇଥିବା ଆବଶ୍ୟକ । ପୁସ୍ତକାଳୟ ଏବଂ ସୂଚନା ସହାୟକ ଗ୍ରେଡ୍-ବି ପଦରେ ଆବେଦନ ପାଇଁ ଆଶାୟୀଙ୍କ ବୟସ ୩୦ ବର୍ଷ ରୁ ଅଧିକ ହୋଇନଥିବା ଦରକାର । ମୋଟର ଡ୍ରାଇଭର ସିଭିଲିଆନ ପଦରେ ଆବେଦନ କରୁଥିବା ଆଶାୟୀଙ୍କ ବୟସ ୧୮ ରୁ ୨୫ ବର୍ଷ ହୋଇଥିବା ଦରକାର ।

ତେବେ ଆବେଦନ ସମ୍ବନ୍ଧୀୟ ଅନ୍ୟାନ୍ୟ ଜରୁରୀ ତଥ୍ୟ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

Get real time updates directly on you device, subscribe now.