fbpx

BIG BREAKING: ୧୧ଜଣ ଓଏଏସ୍ ଅଫିସରଙ୍କ ବଦଳି, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଓଡିଶା ଭାସ୍କର: ପ୍ରଶାସନିକ ଅଧିକାରୀ ସ୍ତରରେ ପୁଣି ରାଜ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ୧୧ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ଆଜି ରାଜ୍ୟ ସରକାର ଏଭଳି ଓଏଏସ୍ ଅଫିସରସ୍ତରରେ ବଦଳି କରିଛନ୍ତି।

ପ୍ରକାଶିତ ସୂଚନା ଅନୁଯାୟୀ, ଓଏଏସ୍ ଅଫିସର ସରୋଜ କୁମାର ମିଶ୍ରଙ୍କୁ ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସୁଜାତା ପାତ୍ରଙ୍କୁ କଟକ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେହିପରି ମନୋରମା ଜାଲିଙ୍କୁ ଯାଜପୁର ଅତିରିକ୍ତ ଉପଜିଲ୍ଲାପାଳ, ଅଶୋକ କୁମାର ଦାସଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଉପଜିଲ୍ଲାପାଳ, ପୁନମ ବିନିତା ବାଗେଙ୍କୁ କେନ୍ଦୁଝର ଅତିରିକ୍ତ ଉପଜିଲ୍ଲାପାଳ, କିଶୋର କୁମାର ପଣ୍ଡାଙ୍କୁ ଆନନ୍ଦପୁର ଅତିରିକ୍ତ ଉପଜିଲ୍ଲାପାଳ, ଗୌରବମୟ ପ୍ରଧାନଙ୍କୁ ବ୍ରହ୍ମପୁର ଅତିରିକ୍ତ ଉପଜିଳ୍ଲାପାଳ, ସୁରଜ କୁମାର ପଟ୍ଟନାୟକଙ୍କୁ କୋରାପୁଟ ଅତିରିକ୍ତ ଉପଜିଳ୍ଲାପାଳ ଭାବେ ବଦଳି ନିର୍ଦ୍ଦେଶ ରହିଛି। ଅନ୍ୟପଟେ ନିତିଶ ତ୍ରିପାଠୀଙ୍କୁ ଭୁବନେଶ୍ୱର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଥିବା ବେଳେ ପ୍ରକାଶ କୁମାର ଦାସଙ୍କୁ ପଞ୍ଚପୀର ଅତିରିକ୍ତ ଉପଜିଲ୍ଲାପାଳ ଏବଂ ବିଶ୍ୱରଞ୍ଜନ କରଙ୍କୁ ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ପ୍ରକାଶ କରାଯାଇଛି।

Get real time updates directly on you device, subscribe now.