ନୂଆଦିଲ୍ଲୀ: ସାଧାରଣ ଭାବେ ୧୦-୧୧ ବର୍ଷ ବୟସରେ ପିଲାମାନେ ପାଠପଢ଼ାରେ ମନ ନଦେଇ ବୁଲାବୁଲି କରିଥାନ୍ତି । ବୟସ କମ୍ ହୋଇଥିବାରୁ ସେମାନେ ଦୁନିଆ ବିଷୟରେ କମ୍ କଥା ଜାଣିଥାନ୍ତି । ତେବେ ଅନେକ ସମୟରେ ଆମ ସମାଜରେ କିଛି ଅଦ୍ଭୂତ ଜ୍ଞାନଧାରୀ ପିଲା ଜନ୍ମଗ୍ରହଣ କରିଥାନ୍ତି । ଏପରି ପିଲାଙ୍କ ପ୍ରତିଭାକୁ ସମସ୍ତେ ପ୍ରଶଂସା କରିଥାନ୍ତି । ଷଷ୍ଠ-ସପ୍ତମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କର ବ୍ରେନ ସେତେଟା ପରିପକ୍ୱ ହୋଇନଥାଏ ।
ମାତ୍ର ଉତ୍ତରପ୍ରଦେଶର ମହାବୀରଗଞ୍ଜରେ ରହୁଥିବା ଗୋଟିଏ ବାଳକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ତେବେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଗୋଟିଏ ୧୧ ବର୍ଷର ବାଳକ ଏକ ଅଦ୍ଭୂତ କାର୍ଯ୍ୟ କରିଛି । ଉକ୍ତ ବାଳକର ନାମ ହେଉଛି ଆଶିଷ ଅଗ୍ରୱାଲ । ଆଶିଷ କମ୍ପ୍ୟୁଟର କୋଡିଂ ଖେଳରେ ଏହି ସଫଳତା ହାସଲ କରିଛନ୍ତି । କରୋନା ମହାମାରୀ ସମୟରେ ସମସ୍ତେ ଘରେ ରହିଥିବା ବେଳେ ସେହି ସମୟରେ ଆଶିଷ ପ୍ରୋଗ୍ରାମିଂ ଭାଷାରେ ନିଜର ଦକ୍ଷତାକୁ ଅଧିକ ମଜବୁତ କରିଥିଲେ ।
ମାତ୍ର ଦୁଇବର୍ଷ ମଧ୍ୟରେ ଆଶିଷ ଜାଭା, ଭିଜୁଆଲ ବ୍ଲାକ, ପାଇଥନ ସମେତ ବିଭିନ୍ନ ଭାଷାରେ ବୁଝିବାରେ ସକ୍ଷମ ହୋଇ ପାରିଥିଲେ । କୋଡିଂ ସହ ଜଡ଼ିତ ସମସ୍ତ ସମସ୍ୟାର ସମାଧାନ ଆଶିଷଙ୍କ ନିକଟରେ ରହିଛି । ସେ ପ୍ରୋଗ୍ରାମିଂ ଭାଷାକୁ ନେଇ ୫ଟି ପୁସ୍ତକ ରଚନା କରିଛନ୍ତି, ଯାହାକି ଅନଲାଇନର ଉପଲବ୍ଧ ରହିଛି । ଗୋଟିଏ ୧୧ ବର୍ଷୀୟ ବାଳକକର ଏହି ଦକ୍ଷତାକୁ ନେଇ ଚାରିଆଡ଼େ ଖୁବ୍ ଚର୍ଚ୍ଚା । ଗତ ୨୦୨୦ରେ କରୋନା କାଳରେ ସବୁ ସ୍କୁଲ ବନ୍ଦ ରହିଥିଲେ ହେଁ ଆଶିଷ ସମୟ ଅତିବାହିତ କରିବା ପାଇଁ ଲାପଟପରେ ଗେମ ଖେଳିବା ଆରମ୍ଭ କରିଦେଇଥିଲେ । ଏହାପରେ ସେ ବିଭିନ୍ନ ୱେବସାଇଟ, ଭିଡିଓରୁ ପ୍ରୋଗ୍ରାମିଂର ତରିକା ଭଲ ଭାବେ ବୁଝିଯାଇଥିଲେ ।