fbpx

ଓଡିଶାରେ ଆଜି ୧୧, ୧୦୮ ଜଣ ପଜିଟିଭ୍ ଚିହ୍ନଟ, ୨୬ ମୃତ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୧୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୨୧୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୮୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ୬ ଲକ୍ଷ ୭୯ ହଜାର ୫୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୬୭ ହଜାର ୩୮୨ ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ୧ ଲକ୍ଷ ୯ ହଜାର ୬୩୯ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।

ଅନୁଗୁଳ ଜିଲାରୁ ୮୬୪ଜଣ ଥିବାବେଳେ ବାଲେଶ୍ୱରରୁ ୫୦୯ଜଣ, ବରଗଡ଼ରୁ ୩୩୯ଜଣ, ଭଦ୍ରକରୁ ୪୮୯ଜଣ, ବଲାଙ୍ଗୀରରୁ ୨୮୯ଜଣ, ବୌଦ୍ଧରୁ ୨୭୩ଜଣ, କଟକରୁ ୯୪୪ଜଣ, ଦେଓଗଡ଼ରୁ ୧୨୫ଜଣ, ଢେଙ୍କାନାଳରୁ ୧୩୧ଜଣ, ଗଜପତିରୁ ୧୫୭ଜଣ, ଗଞ୍ଜାମରୁ ୨୧୪ଜଣ, ଜଗତସିଂହପୁରରୁ ୨୧୮ଜଣ, ଯାଜପୁରରୁ ୩୯୬ଜଣ, ଝାରସୁଗୁଡ଼ାରୁ ୧୧୩ଜଣ, କଳାହାଣ୍ଡିରୁ ୩୯ଜଣ, କନ୍ଧମାଳରୁ ୧୩୨ଜଣ, କେନ୍ଦ୍ରାପଡ଼ାରୁ ୧୫୦ଜଣ, କେନ୍ଦୁଝରରୁ ୧୬୯ଜଣ, ଖୋର୍ଦ୍ଧାରୁ ୧୪୫୧ଜଣ, କୋରାପୁଟରୁ ୨୫୧ଜଣ, ମାଲକାନାଗିରିରୁ ୧୦୦ଜଣ, ମୟୁରଭଞ୍ଜରୁ ୬୩୫ ଜଣ, ନବରଙ୍ଗପୁରରୁ ୩୫୭ଜଣ, ନୟାଗଡ଼ରୁ ୩୩୨ଜଣ, ନୂଆପଡ଼ାରୁ ୧୧୪ଜଣ, ପୁରୀରୁ ୪୭୩ଜଣ, ରାୟଗଡ଼ାରୁ ୨୦୯ଜଣ, ସମ୍ବଲପୁରରୁ ୩୮୪ଜଣ, ସୋନପୁରରୁ ୧୮୦ଜଣ, ସୁନ୍ଦରଗଡ଼ରୁ ୭୦୮ଜଣ ଏବଂ ରାଜ୍ୟ ପୁଲ୍‌ରୁ ୨୫୪ ଜଣ ରହିଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ସୁନ୍ଦରଗଡ଼, ରାୟଗଡ଼ା, ନୂଆପଡ଼ା ଜିଲ୍ଲାରୁ ତିନି ଜଣ ଲେଖାଏ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି । କଳାହାଣ୍ଡି ଜିଲ୍ଲାରୁ କରୋନା ନେଇଛି ଆଉ ୨ ଜୀବନ । ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, ନବରଙ୍ଗପୁର, ପୁରୀ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୪ଶହ ୩୦କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.