fbpx

(Video) ମାଡ଼ି ଆସୁଛି କି ବିପଦ! ବର୍ଷା ବିଜୁଳିରେ ଭୁଶୁଡ଼ିଲା ୧୧୬ ବର୍ଷର ପୁରୁଣା ଚର୍ଚ୍ଚ…

ପ୍ରବଳ ବର୍ଷା ବିଜୁଳିରେ ଭାଙ୍ଗିଲା ଚର୍ଚ୍ଚ । ପାଖାପାଖି ୧୧୬ ବର୍ଷର ପୁରୁଣା ଚର୍ଚ୍ଚ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଲୋକଙ୍କ ମନରେ ଅନେକ ଆଶଙ୍କା । ଚର୍ଚ୍ଚ ନଷ୍ଟ ହେବା, ଆଗକୁ କିଛି ବିପଦର ସଙ୍କେତ ନୁହେଁ ତ? ଚର୍ଚ୍ଚ ଏପରି ଭାଙ୍ଗିଯିବା ପଛରେ କିଛି କାରଣ ରହିଛି କି? ଏନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଅବିଭକ୍ତ କୋରାପୁଟରୁ ସାମ୍ନାକୁ ଆସିଛି ।

ଏଠାକାର ସର୍ବ ପୁରାତନ ଜେଇଏଲ୍ ଚର୍ଚ୍ଚ ଶନିବାର ବିଳମ୍ବିତ ରାତିରେ ଭୁଷୁଡି ଯାଇଥିବା ଦେଖିବାକୁ ମିଳିଛି । ଶନିବାର ସନ୍ଧ୍ୟାରୁ କୋରାପୁଟ ସହରରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହୋଇଥିଲା । ଏହାର ପ୍ରଭାବରେ ୧୧୬ ବର୍ଷର ଏହି ପୁରୁଣା ଚର୍ଚ୍ଚଟି  ଭାଙ୍ଗିଯାଇଛି । ଏହା ଯୋଗୁଁ ରବିବାର ଅନୁଷ୍ଠିତ ହେବାକୁ ଥିବା ପ୍ରାର୍ଥନାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି ।

ତେବେ ଖ୍ରୀଷ୍ଟୀୟ ଗ୍ରାମ ପଂଞ୍ଚାୟତ କୋରାପୁଟ ପକ୍ଷରୁ ପ୍ରାର୍ଥନା କରିବା ନେଇ ବିକଳ୍ପ ବ୍ୟବସ୍ଥା କରାଯାଇଛି ।  ସୂଚନା ମୁତାବକ ଚର୍ଚ୍ଚଟି ୧୯୦୬ ମସିହାରେ ନିର୍ମାଣ ହୋଇଥିଲା । ତେବେ ଚୂନ ପଥରରେ ନିର୍ମିତ ଏହି ଚର୍ଚ୍ଚଟି ଭାଙ୍ଗିଯିବା ଫଳରେ ଲୋକଙ୍କ ମାନରେ ଆଘାତ ଲାଗିଛି । ଅନ୍ୟପଟେ ଚର୍ଚ୍ଚ ଭାଙ୍ଗିବା ଫଳରେ ସଂପ୍ରଦାୟର ଲୋକମାନେ ଦୁଃଖ ପ୍ରକାଶ କରିଛନ୍ତି । ଚର୍ଚ୍ଚଟି ଭୁଷୁଡ଼ି ଯାଇଥିବାରୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.