fbpx

ବସରେ ନିଆଁ ଲାଗିବା ଘଟଣାର ତଦନ୍ତ ହେବ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର, ୯ା୨(ଓଡ଼ିଶା ଭାସ୍କର): ୧୧କେଭି ବିଦ୍ୟୁତ ତାର ଲାଗି ବସ ଜଳିଯାଇଥିବା ଘଟଣାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କେଉଁ ପରିସ୍ଥିତିରେ ଘଟଣାଟି ଘଟିଛି ଏହାର ତଦନ୍ତ ହେବ । ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ତଦନ୍ତ ନିର୍ଦ୍ଦେଶ ଦିଆ ସରିଛି ଏବେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ । ସମସ୍ତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ପଦ୍ମନାଭ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ବ୍ରହ୍ମପୁର ସ୍ଥିତ ଗୋଳନ୍ଥରାର ମେଣ୍ଡରାଜପୁର ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ସେଠାରେ ଏକ ବସରେ ଭୟାବହ ଅଗ୍ନିକାଣ୍ଡ ଘଟିିଥିଲା । ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସିଲକ ସିଟି ବସ୍ ଜଳିଯାଇଥଲା । ସେଥିରେ ବାହାଘର ନିର୍ବନ୍ଧ ପାଇଁ ୪୩ ଜଣ ଯାଉଥିଲେ । ସେମାନଙ୍କ ମଧ୍ୟରୁ  ୯ଜଣଙ୍କର ମୃତ୍ୟୁ ହୋଇଥିଲା  ।  ଅନ୍ୟ ୨୫ ଜଣ ଗୁରୁତରମାନଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସ ଓ ନିଜ ଗାଡ଼ିରେ ଆହତଙ୍କୁ ମେଡ଼ିକାଲ ପଠାଇଛନ୍ତି ଜିଲ୍ଲାପାଳ । ଘଟଣାସ୍ଥଳରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବ୍ରହ୍ମପୁର ଏସପି ଉପସ୍ଥିତ ରହିଥିଲେ । ଡଙ୍କଲପାଟୁରୁ ଚିକରଡ଼ାକୁ ଯାଉଥିବା ବେଳେ ଏହିପରି ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.