fbpx
BJD SKY
BJD SKY

ଖୋର୍ଦ୍ଧାରୋଡ଼ ଷ୍ଟେସନରୁ ଗଞ୍ଜେଇ ଚାଲଣ ବେଳେ ଦମ୍ପତ୍ତିଙ୍କୁୁ ଧରିଲା ସ୍ପେଶାଲ ଟାକ୍ସ ଫୋର୍ସ ଟିମ୍, ୧୧କିଲୋ ୨ଶହ ଗ୍ରାମ୍ ନୀଳଜହର ଜବତ

BJD

ଜଟଣୀ (ଭାସ୍କର ନ୍ୟୁଜ୍‌): ଖୋର୍ଦ୍ଧାରୋଡ଼ ରେଳଷ୍ଟେସନରୁ ୧୧କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏହାକୁ ଚାଲାଣ କରୁଥିବା ଦମ୍ପତି ସୀମାଞ୍ଚଳ ପ୍ରଧାନ ଓ ସଞ୍ଜୁ ପ୍ରଧାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଚିକିଟି ଅଂଚଳରେ ଗିରଫ ସ୍ୱାମୀସ୍ତ୍ରୀଙ୍କ ଘର । ଗଞ୍ଜେଇ ପ୍ୟାକେଟ୍‌ ଭରା ବ୍ୟାଗ୍‌ ଧରି ବ୍ରହ୍ମପୁରରୁ ବସ୍‌ରେ ଆସି ହାୱଡ଼ା ଯିବା ପାଇଁ ଖୋର୍ଦ୍ଧାରୋଡ଼ ଷ୍ଟେସନରେ ସେମାନେ ଜଗନ୍ନାଥ ଏକ୍ସପ୍ରେସ ଟ୍ରେନ୍‌କୁ ଅପେକ୍ଷା କରିଥିଲେ । ବିଶେଷସୂତ୍ରରୁ ଖବର ପାଇ ଆର୍‌ପିଏଫ୍‌ ସ୍ପେଶାଲ ଟାକ୍ସ ଫୋର୍ସ ଓ ରେଲୱେ ପୋଲିସ ମିଳିତ ଭାବେ ଚଢ଼ଉ କରି ୨ ଓ ୩ ନମ୍ବର ପ୍ଲାଟଫର୍ମର ଶେଷ ଭାଗରୁ ଗଞ୍ଜେଇ ସହିତ ଏହି ଦମ୍ପତିଙ୍କୁ କାବୁ କରିଥିଲେ । ଜବତ ଗଞ୍ଜେଇର ମୂଲ୍ୟ ୧ଲକ୍ଷ ୧୨ ହଜାର ଟଙ୍କା ହେବ । ଏନେଇ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.