fbpx

ଅକ୍ସିଜେନ୍ ଅଭାବରୁ ଚାଲିଗଲା ୧୨ କୋଭିଡ ରୋଗୀଙ୍କ ଜୀବନ, ଜାଣନ୍ତୁ କେଉଁଠି?

ଭୋପାଳ : ଦେଶରେ କରୋନା ମହାମାରୀ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଏହାରି ମଧ୍ୟରେ ମଧ୍ୟପ୍ରଦେଶର ଶାହଡୋଲରେ ଉତ୍ତେଜନା ଦେଖିବାକୁ ମିଳିଛି । ଅକ୍ସିଜେନ ଅଭାବରୁ ୧୨ ଜଣ କୋଭିଡ ରୋଗୀଙ୍କର ମୃତ୍ୟୁ ହେବାରୁ ମୃତକଙ୍କ ସମ୍ପର୍କୀୟମାନେ ଉତ୍ତେଜିତ ହୋଇଛନ୍ତି । ଏହି ଘଟଣା ଶାହଡୋଲ ମେଡିକାଲ କଲେଜରେ ଘଟିଛି । ଏହା ବ୍ୟତୀତ ଅନ୍ୟ କାରଣରୁ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୦ ଜଣ କୋଭିଡ ରୋଗୀଙ୍କର ମୃତ୍ୟୁ ହୋଇଛି । ୧୨ ଜଣଙ୍କର ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ଶାହଡୋଲ ଅତିରିକ୍ତ କଲେକ୍ଟର ଅର୍ପିତ୍ ବର୍ମା ।

ତେବେ ଶନିବାର ରାତି ୧୨ ଟା ସମୟରେ ହଠାତ୍ ଅମ୍ଳଜାନର ଚାପ ହ୍ରାସ ପାଇଥିଲା । ଏହା ପରେ ରୋଗୀମାନେ ଯନ୍ତ୍ରଣା ଭୋଗିବାକୁ ଲାଗିଲେ । ପରିବାରଲୋକେ ମାସ୍କ ଦବାଇ ସେମାନଙ୍କୁ ଆରାମ ଦେବାକୁ ଚେଷ୍ଟା ଜାରି ରଖିଥିଲେ, କିନ୍ତୁ ସବୁକିଛି ବିଫଳ ହୋଇଥିଲା । ଏହା ପରେ ସକାଳ ୬ ଟା ପର୍ଯ୍ୟନ୍ତ ପରିସ୍ଥିତି ସୁଧିରିଲା ନାହିଁ ଓ ୧୨ ଜଣ ରୋଗୀଙ୍କର ଜୀବନ ଚାଲିଗଲା । ଏହା ପରେ ଆଇସିୟୁରେ ଭର୍ତ୍ତି ହୋଇଥିବା ଏହି ରୋଗୀଙ୍କ ସମ୍ପର୍କୀୟମାନେ ଗଣ୍ଡଗୋଳ ଆରମ୍ଭ କରିଥିଲେ । ଏହାପୂର୍ବରୁ ଭୋପାଳ, ସାଗର, ଜବଲପୁର, ଉଜୌନରେ ଅମ୍ଳଜାନ ଅଭାବରେ ସଂକ୍ରମିତ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିସାରିଛି ।

Get real time updates directly on you device, subscribe now.