fbpx

ବିଧାୟକଙ୍କ ନେତୃତ୍ୱରେ ଆଜି ୧୨ ଘଣ୍ଟିଆ ପାଲଲହଡା ବନ୍ଦ; ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ

ପାଲଲହଡା: ଆଜି ୧୨ ଘଣ୍ଟିଆ ପାଲଲହଡା ସହର ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାଲଲହଡାର ଦୋକାନ ବଜାର ବନ୍ଦ ରହିବା ସହ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ତେବେ ପାଲଲହଡା ବିଧାୟକ ମୁକେଶ ପାଳଙ୍କ ନେତୃତ୍ୱରେ ଏହି ବନ୍ଦ ଡାକରା ଦିଆଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ପାଲଲହଡା ଶିବ ମନ୍ଦିର ନିକଟରେ ଅଣ୍ଡରବାଇପାସ୍ , ପାଲଲହଡା- ତିହିଡି ରାସ୍ତା ନିର୍ମାଣ ଏବଂ ୧୪୯ ନଂ ଜାତିୟ ରାଜପଥ ମରାମତି ଦାବିରେ ଏହି ବନ୍ଦ ଡାକରା ଦିଆଯାଇିଛି । ଫଳରେ ସହରର ବାଇପାସ୍ ଛକ, କଲେଜ ଛକ ଏବଂ ବିଗଡରେ ରାସ୍ତା ଅବରୋଧ କରାଯାଇଛି । ଯେଉଁକାରଣରୁ ଗାଡିମଟର ଯାତାୟତରେ ଅସୁବିଧା ହୋଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.