fbpx

ପାନୀୟ ଜଳ ପାଇଁ ୧୮୦୦ କୋଟି :୧୨ଟି ମେଗା ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଅର୍ଥ, କୃଷି ଓ କୃଷକ ସଶକ୍ତିକରଣ, ସାଧାରଣ ପ୍ରଶାସନ, ପଂଚାୟତିରାଜ, ଜଳସମ୍ପଦ, ସମବାୟ, ଗୃହ, ଶିଳ୍ପ, ଆଇନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଗ୍ରାମ୍ୟ ଉନ୍ନୟନ, ଇସ୍ପାତ ଓ ଖଣି, ପୂର୍ତ ଓ ସଂସଦୀୟ ବ୍ୟାପାର ବିଭାଗର ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହେବା ସହ କ୍ୟାବିନେଟର ମୋହର ଲାଗିଛି  ।

ବିଶେଷକରି ପାର୍ବତୀ ଗିରି ବୃହତ ଜଳଯୋଗାଣ ପ୍ରକଳ୍ପ, ସୁକତେଲ ନଦୀରେ ଇନଷ୍ଟି୍ରମ ଷ୍ଟୋରେଜ ନିର୍ମାଣ, କଳାହାଣ୍ଡଇ, ମାଲକାନାଗିରି, ବାଲେଶ୍ୱର, ଗଜପତି, କନ୍ଧମାଳ ଓ କୋରାପୁଟରେ୧୨ଟି ମେଗା ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି  । ଏହି ୧୨ଟି ପ୍ରକଳ୍ପରେ ପ୍ରାୟ ୧୮ ଶହ କୋଟି ଟଙ୍କାର ନିବେଶ  ହେବାର ଥିବାବେଳେ ୧୨ ଲକ୍ଷ ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ  ।

ଏତଦବ୍ୟତୀତ କ୍ୟାପିଟାଲ ହସପିଟାଲରେ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚୁ୍ୟଟ ଅଫ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ଓ ସର୍ଜରୀ କମ୍ପ୍ଲେକ୍ସ ନିର୍ମାଣ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି  । ସେହିପରି ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି, ବୃହତ ଶିଳ୍ପକୁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ରସ୍ତାବକୁ ବି ମଂଜୁରୀ ମିଳିଛି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୩୮୭ ନୂତନ ରାସ୍ତା ପ୍ରକଳ୍ପ ଓ ୧୫୭ଟି ନିର୍ମାଣାଧିନ ପ୍ରକଳ୍ପ ସାରିବା ପାଇଁ ପ୍ରାୟ ୨ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି  । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପାଇଁ ୪୮୦ କୋଟି ଟଙ୍କା ପ୍ରଦାନ କରାଯିବାକୁ କ୍ୟାବିନେଟରେ ନିଷ୍ପତି ନିଆଯାଇଛି  ।

Get real time updates directly on you device, subscribe now.