fbpx

ଫୋନ୍ ଓ ଆକାଉଣ୍ଟ ସଫା କରିଦେବ Joker Malware : ଆଜି ହିଁ ଡିଲିଟ୍ କରନ୍ତୁ ଏହି ୧୫ ଆପ୍

ନୂଆଦିଲ୍ଲୀ: ପୁଣି ଥରେ ଫେରିଛି ଜୋକର ମାଲୱେୟାର । ଆଣ୍ଡ୍ରଏଡ ଫୋନ୍ ଏବଂ ଗୁଗୁଲ ପ୍ଲେ ବ୍ୟବହାରକାରୀଙ୍କୁ ସତର୍କ କରାଇ ଦେଇଛି କାସ୍ପରସ୍କାଏ । ଏହି ଆପ୍ ଦ୍ୱାରା ଆପଣଙ୍କ ଫୋନ ଓ ଆକାଉଣ୍ଟ ସଫା ହୋଇଯିବାର ଆଶଙ୍କା ରହିଥିବା ନେଇ ଆଶଙ୍କା କାସ୍ପରସ୍କାଏ ବିଶ୍ଲେଷକ ଟାଟିୟାନା ଶିଶକୋଭା । ଏହା ସହିତ ଏହି ଭାଇରସ୍ ଦ୍ୱାରା ଅନ୍ୟୁନ ୧୪ଟି ଆଣ୍ଡ୍ରଏଡ ଆପ ପ୍ରଭାବିତ ହେବ ବୋଲି କୁହାଯାଉଛି । ୨୦୧୭ରେ ଶେଷ ଥର ପାଇଁ ଏହି ଭାଇରସର ପ୍ରଭାବ ଦେଖିବାକୁ ମିଳିଥିଲା ।
ଗୁଗୁଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପରେ ଏହି ଭାଇରସ ଦୀର୍ଘ ୪ ବର୍ଷ ହେବ ନିଷ୍କ୍ରିୟ ରହିଥିଲା । ତେବେ ହଠାତ ୪ ବର୍ଷ ପରେ ପୁଣି ଏହି ଭାଇରସ୍ ସକ୍ରିୟ ହୋଇ ଯାଇଛି । ଏହି ମାଲୱେୟାର ଥିଲେ ବିନା ଅନୁମତିରେ ବିଭିନ୍ନ ପ୍ରିମିୟମ କଣ୍ଟେଣ୍ଟ ଆପେ ଆପେ ଆକ୍ଟିଭ ହୋଇଯାଏ । ଯାହା ଫଳରେ କି ଆପଣଙ୍କ ଆକାଉଣ୍ଟ ଖାଲି ହେବାର ଆଶଙ୍କା ରହିଥାଏ । ଏହି ଆପଟି ସହଜରେ ଡିଲିଟ ମଧ୍ୟ ହୋଇନଥାଏ । ଏହି ଆପଟି ଗୋପନରେ ଆପଣଙ୍କ ଓଟିପି ମଧ୍ୟ ଶେୟାର କରି ଦେଇଥାଏ । ଏଭଳି ଆପରୁ ସତର୍କ ରହିବା ପାଇଁ ଆଜି ହିଁ ଏହି ୧୫ ଆପ ଆପଣ ନିଜ ଫୋନରୁ ଡିଲିଟ କରନ୍ତୁ ।
– Easy PDF Scanner
– Now QRCode Scan
– Super-Click VPN
– Volume Booster Louder Sound Equalizer
– Battery Charging Animation Bubble Effects
– Smart TV Remote
– Volume Boosting Hearing Aid
– Flashlight Flash Alert on Call
– Halloween Coloring
– Classic Emoji Keyboard
– Super Hero-Effect
– Dazzling Keyboard
– EmojiOne Keyboard
– Battery Charging Animation Wallpaper
– Blender Photo Editor-Easy Photo Background Editor

Get real time updates directly on you device, subscribe now.