fbpx

ପୁଅର ସ୍ୱପ୍ନ ପୂରଣ କରିବେ ଶାହିଦ୍ କପୁର : ଦେଖନ୍ତୁ JERSEYର ଟ୍ରେଲର

ନୂଆଦିଲ୍ଳୀ: ପୁଅର ସ୍ୱପ୍ନ ପୂରଣ ପାଇଁ ପୁଣି ଥରେ କ୍ରିକେଟ ଫିଲ୍ଡକୁ ଓହ୍ଲାଇବା ସହିତ ବ୍ୟାଟ ଧରିଛନ୍ତି ଶାହିଦ କପୁର । ତେବେ ବାସ୍ତବ ଜୀବନରେ ନୁହେଁ ବରଂ ପରଦାରେ ଜଣେ କ୍ରିକେଟର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଶାହିଦ କପୁର । ଆଜି ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ଜଣେ ବାପାର ସଂଘର୍ଷ ଦେଖିବାକୁ ମିଳିଛି । ଅରିଜିନାଲ ତେଲୁଗୁ ଫିଲ୍ମର ନିର୍ଦ୍ଦେଶକ ଗୌତମ ତିନ୍ନାଉରି ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ମୃଣାଲ ଠାକୁର ଫିମେଲ ଲିଡ୍ ଭୂମିକାରେ ନଜର ଆସିବେ ।
ଶାହିଦ ନିଜେ ଏହି ଫିଲ୍ମର ଟ୍ରେଲର ନିଜର ଇନଷ୍ଟାଗ୍ରାମ ପେଜରେ ଶେୟାର କରିବା ସହିତ ଲେଖିଛନ୍ତି ବିଗତ ଦୁଇ ବର୍ଷ ଧରି ଆମେ ଏହି ଦିନକୁ ଅପେକ୍ଷା କରିଥିଲୁ । ଏହି ଫିଲ୍ମର କାହାଣୀ, ଟିମ୍ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର । ଏହା ସହିତ ଆସନ୍ତା ଡିସେମ୍ବର ୩୧ରେ ପରଦାକୁ ଆସିବା ମଧ୍ୟ ସ୍ୱତନ୍ତ୍ର ବୋଲି ଲେଖିଛନ୍ତି ଶାହିଦ୍ । ଏହି ଫିଲ୍ମରେ ଶାହିଦ ଜଣେ ୪୦ ବର୍ଷୀୟ ରଣଜୀ କ୍ରିକେଟର ଭୂମିକାରେ ନଜର ଆସିଛନ୍ତି । ସମାନ ନାମରେ ରହିଥିବା ନାନିଙ୍କ ତେଲୁଗୁ ଫିଲ୍ମର ଏହା ରିମେକ୍ ଅଟେ । ନାନିଙ୍କ ଅଭିନୀତ ଫିଲ୍ମଟି ଉଭୟ ସିନେ କ୍ରିଟିକ ଓ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ନିଜ ପୁଅ ନଜରରେ ଉପରକୁ ଉଠିବା ପାଇଁ ଶାହିଦ କରିଥିବା ଏହି ପ୍ରୟାସ କେତେ ସଫଳ ତାହା ଆସନ୍ତା ଡିସେମ୍ବର ୩୧ ତାରିଖରେ ଜଣାପଡିବ । ଶାହିଦଙ୍କ କୋଚ ଭୂମିକାରେ ରିଅଲ ଲାଇଫ ପିତା ପଙ୍କଜ କପୁର ନଜର ଆସିଛନ୍ତି । ଟ୍ରେଲର ରିଲିଜ ହେବାର ମାତ୍ର ୩ ଘଣ୍ଟା ମଧ୍ୟରେ ଏହାକୁ ୩.୨ ମିଲିୟନ ଦର୍ଶକ ଦେଖି ସାରିଛନ୍ତି ।

Get real time updates directly on you device, subscribe now.