fbpx

ଟିଏମସିରେ ଯୋଗ ଦେଲେ କଂଗ୍ରେସ ସାଂସଦ: ଭାରତ ପାଇଁ ଖେଳି ସାରିଛନ୍ତି କ୍ରିକେଟ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ସାଂସଦ କୀର୍ତ୍ତି ଆଜାଦ ଆଜି ଟିଏମସିରେ ଯୋଗ ଦେଇଛନ୍ତି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଆଜାଦ(୬୨) ଏବଂ ଅଶୋକ ତନୱର ଦଳରେ ଯୋଗ ଦେଇଛନ୍ତି । ଦିଲ୍ଳୀରେ ମମତାଙ୍କ ବାସଭବନରେ ଉଭୟ ନେତା ଟିଏମସିରେ ଯୋଗ ଦେଇଥିଲେ । ବିଜେପି ଦେଶରେ ବିଭାଜନ ରାଜନୀତି କରୁଛି । ମମତା ବିଜେପିର ସଠିକ ମୁକାବିଲା କରୁଥିବାରୁ ମୁଁ ଟିଏମସିରେ ଯୋଗ ଦେଲି ବୋଲି କହିଛନ୍ତି ପୂର୍ବତନ ସାଂସଦ କୀର୍ତ୍ତି ଆଜାଦ ।

ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଭାଗବତ ଝା ଆଜାଦଙ୍କ ପୁଅ କୀର୍ତ୍ତି ଆଜାଦ ଭାରତ ପାଇଁ ୭ଟି ଟେଷ୍ଟ ଓ ୨୫ ଟି ଦିନିକିଆ ଖେଳିଛନ୍ତି । ଏହା ସହିତ ୩ ଥର ଦରଭଙ୍ଗାରୁ ବିଜେପି ବିଧାୟକ ରହିଥିବା ଆଜାଦ ୨୦୧୯ରେ କଂଗ୍ରେସରେ ଯୋଗ ଦେଇଥିଲେ । ଦିଲ୍ଲୀ କ୍ରିକେଟ ସଂଘ ଦୁର୍ନୀତିରେ ଜେଟଲୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରିବାରୁ ୨୦୧୫ରେ ବିଜେପିରୁ ସସପେଣ୍ଡ ହୋଇଥିଲେ ଆଜାଦ୍ । ସେହିପରି ହରିୟାଣା ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ତଥା ସାଂସଦ ଅଶୋକ ତନୱର ମଧ୍ୟ କଂଗ୍ରେସ ଛାଡି ଟିଏମସିର ହାତ ଧରିଛନ୍ତି ।

Get real time updates directly on you device, subscribe now.