fbpx

ନିଜକୁ ନିଜେ ଛାଡପତ୍ର ଦେଲେ ମହିଳା: ତିନି ମାସ ପୂର୍ବରୁ କରିଥିଲେ ବିବାହ; ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ: ନିଜକୁ ବିବାହ କରିବାର ୩ ମାସ ମଧ୍ୟରେ ନିଜଠାରୁ ନିଜେ ଡିଭୋର୍ସ ନେଇଛନ୍ତି ଜଣେ ମହିଳା । କ୍ରିସ ଗାଲେରା ନାମକ ଏହି ମହିଳା ଜଣଙ୍କ ନିଜକୁ ନିଜେ ବିବାହ କରି ଚର୍ଚ୍ଚାରେ ରହିଥିଲେ । ସେପ୍ଟେମ୍ବରରେ ନିଜକୁ ବିବାହ କରିଥିବା ମହିଳା ଜଣକ ଶେଷରେ ବିବାହ ବନ୍ଧନରୁ ନିଜକୁ ମୁକ୍ତ କରିଛନ୍ତି । ନିଜର ସ୍ୱାମୀ ନଥିବାରୁ ସେ ଆଦୌ ଦୁଃଖିତ ନୁହନ୍ତି । ବରଂ ବିଗତ ୯୦ ଦିନ ମଧ୍ୟରେ ମିଳିଥିବା ଅଭିଜ୍ଞତା ତାଙ୍କୁ ଆଗକୁ ବଢିବାରେ ସହାୟକ ହେବ ବୋଲି କ୍ରିସ ପ୍ରକାଶ କରିଛନ୍ତି । ବ୍ରାଜିଲର ଏହି ୩୧ ବର୍ଷୀୟା ଅନ୍ତବସ୍ତ୍ର ମଡେଲ ଜଣକ ପୁରୁଷଙ୍କ ପ୍ରତି ଅବିଶ୍ୱସନୀୟତା କାରଣରୁ ନିଜର ନିର୍ବନ୍ଧ ବାତିଲ କରିବା ସହିତ ନିଜକୁ ନିଜେ ବିବାହ କରିଥିଲେ ।

ତେବେ ବର୍ତ୍ତମାନ ତାଙ୍କୁ ଭଲପାଉଥିବା ମଣିଷ ମିଳି ଯାଇଥିବାରୁ ନିଜକୁ ନିଜେ ଛାଡପତ୍ର ଦେଇଛନ୍ତି । ନିଜ ଡିଭୋର୍ସକୁ ନେଇ ସୋସିଆଲ ମିଡିଆରେ କିଛି ନକରାତ୍ମକ କମେଣ୍ଟ ଆସୁଥିବା ବେଳେ ସେ ଏହାକୁ ଗୁରୁତ୍ୱ ଦିଅନ୍ତି ନାହିଁ ବୋଲି କହିଛନ୍ତି କ୍ରିସ୍ ।ଡିଭୋର୍ସ ପରେ ସୋସିଆଲ ମିଡିଆରେ ଆସୁଥିବା ନକରାତ୍ମକ କମେଣ୍ଟ ଗୁଡିକ ମୁଁ ପଢୁନାହିଁ ବୋଲି କହିଛନ୍ତି କ୍ରିସ୍ । ପୂର୍ବରୁ ସେପ୍ଟେମ୍ବର ମାସରେ କ୍ରିସ ବ୍ରାଜିଲର ଏକ ଚର୍ଚ୍ଚ ବାହାରେ ଏକା ଏକା ବିବାହ ଡ୍ରେସରେ ଫଟୋ ପାଇଁ ପୋଜ ଦେଇ ମଧ୍ୟ ଟ୍ରୋଲ ହୋଇଥିଲେ ।

Get real time updates directly on you device, subscribe now.