fbpx

ଅତିରିକ୍ତ ବଜେଟକୁ ମିଳିଳା ମଞ୍ଜୁରୀ: ୨୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା କ୍ୟାବିନେଟ ବୈଠକରେ ନୂତନ ଇଲେକ୍ଟ୍ରୋନିକ୍ ନୀତିକୁ ମଞ୍ଜୁରୀ ମିଳିଥିବା ବେଳେ ସମୁଦାୟ ୨୪ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀଙ୍କ ମୋହର ବାଜିଛି । ଏହା ମଧ୍ୟରେ ଅତିରିକ୍ତ ବଜେଟ ମଧ୍ୟ ସାମିଲ ରହିଛି । ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ୧୯୩୮୦ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ଏହା ସହିତ ନୂତନ ଇଲେକ୍ଟ୍ରୋନିକ୍ ନୀତି ୨୦୩୧ ଯାଏଁ ଲାଗୁ କରାଯାଇଛି । ପୁଞ୍ଜିନିବେଶ ଆଧାରରେ ୟୁନିଟ ପିଛରା ୧୦ରୁ ୨୫୦ କୋଟି ଯାଏଁ ମିଳିବ ସହାୟତା । ପ୍ରତ୍ୟେକ ୟୁନିଟକୁ ୫ ବର୍ଷ ଯାଏଁ ବିଦ୍ୟୁତ ଶୁଳ୍କ ଓ ଇନସ୍ପେକ୍ସ ଫି ଛାଡ କରାଯିବ । ଯୋଗ୍ୟ ଉଦ୍ୟୋଗୀ ମାନଙ୍କର ବିଦ୍ୟୁତ ବିଲ୍ ଉପରେ ସର୍ବାଧିକ ୫୦ ଲକ୍ଷ ବା ୩୦ ପ୍ରତିଶତ ଛାଡ କରାଯିବ । ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ଉପରେ ଶତ ପ୍ରତିଶତ ଛାଡ । ଚାଷଜମିକୁ ଶିଳ୍ପ ଉପଯୋଗୀ କରିବା ପାଇଁ ହେଉଥିବା ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ମହିଳା, ଭିନ୍ନକ୍ଷମ ଏବଂ ଅନୁସୂଚିତ ଜାତି ଓ ଜନଜାତିର ଉଦ୍ୟୋଗୀ ମାନଙ୍କୁ ଅତିରିକ୍ତ ୧ କୋଟି ପର୍ଯ୍ୟନ୍ତ ସହାୟତା ମିଳିବ । ସେହିପରି ସଠିକ ସମୟରେ ଋଣ ଶୁଝିଥିଲେ ୫ ପ୍ରତିଶତର ସୁଧ ରିହାତି ମଧ୍ୟ ପ୍ରଦାନ କରାଯିବ । ସଫଳ ଉଦ୍ୟୋଗୀଙ୍କୁ ୫ ବର୍ଷ ଯାଏଁ ଏସଜିଏସଟି ଛାଡ କରାଯିବ ।

Get real time updates directly on you device, subscribe now.