fbpx
BSKY
BJD MC SKY
BJD YOUTH SKY

ଟାଟୁ କରିବା ପଡ଼ିଲା ମହଙ୍ଗା, ୧୨ ଜଣ ହୋଇଗଲେ HIV ସଂକ୍ରମିତ

ବାରଣାସୀ: ଯଦି ଆପଣ ଟାଟୁ କରିବାରେ ଉତ୍ସାହୀ ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଟାଟୁ କରାଇ ୧୨ ଜଣ ଏଚଆଇଭି ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବାରଣାସୀରେ ।

ବାରଣାସୀରେ ଟାଟୁ କରିବା ପରେ ୧୨ ଜଣ ଏଚଆଇଭି ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜିଲ୍ଲା ହସ୍ପିଟାଲରେ ଦୁଇ ମାସ ଭିତରେ ହୋଇଥିବା ଯାଞ୍ଚରେ ୧୦ ଯୁବକ ଏବଂ ୨ ଯୁବତୀ ଏଚଆଇଭି ସଂକ୍ରମିତ ହୋଇଛନ୍ତି । ଏଥିରେ ଜଣେ ଯୁବତୀ ଏମବିବିଏସର ଛାତ୍ରୀ ଥିବା ଜଣାପଡ଼ିଛି । ଡାକ୍ତରଙ୍କ କହିବା ଅନୂଯାୟୀ  ଏମାନଙ୍କ ମଧ୍ୟରେ ସଂକ୍ରମଣର କାରଣ ହେଉଛି ସଂକ୍ରମିତ ଛୁଞ୍ଚିରେ ଟାଟୁ କରାଇବା ।

ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲର ଆଣ୍ଟି ଭାଇରାଲ ଚିକିତ୍ସା ସେଣ୍ଟରର ଡା.ପ୍ରୀତି ଅଗ୍ରୱାଲ କହିଛନ୍ତି ଏମାନେ ସବୁ ନିକଟରେ ଟାଟୁ କରିଥିଲେ । କିଛି ଦିନ ପରଠାରୁ ହିଁ ଏମାନଙ୍କୁ ନିୟମିତ ଭାବରେ ଜ୍ୱର ଆସିବା ଦୁର୍ବଳତା ଅନୁଭବ ହୋଇଥିଲା । ଯାଞ୍ଚ କରିବା ପରେ ରିପୋର୍ଟ ପଜିଟିଭ ଆସିଥିଲା । କାଉନସେଲିଂ ପରେ ଜଣାପଡ଼ିଥିଲା ଏମାନେ ମେଳା କିମ୍ବା ଫେରିବାଲା ଠାରୁ ଟାଟୁ କରିଥିଲେ । ଆଉ ଛୁଞ୍ଚି ସଂକ୍ରମିତ ହୋଇଥିବା କାରଣରୁ ସଂକ୍ରମଣ ବ୍ୟାପିଥିଲା ।

ପ୍ରକୃତରେ ଯେଉଁ ଛୁଞ୍ଚିରେ ଟାଟୁ କରାଯାଇଥାଏ, ତାହା ମହଙ୍ଗା ହୋଇଥାଏ । ଥରେ ଟାଟୁ କଲା ପରେ ଛୁଞ୍ଚିକୁ ଫିଙ୍ଗିଦେବାକୁ ପଡ଼ିଥାଏ । କିନ୍ତୁ ଅଧିକ ଟଙ୍କା କମାଇବା ପାଇଁ କିଛି ଆର୍ଟିଷ୍ଟ ଗୋଟିଏ ଛୁଞ୍ଚିରେ ଏକ ରୁ ଅଧିକ ଟାଟୁ କରିଦେଇଥାନ୍ତି ।

Get real time updates directly on you device, subscribe now.