fbpx

ଗୁଜରାଟରେ ୨୭ ବର୍ଷ କ୍ଷମତାରେ ରହି BJPର ଅହଙ୍କାର ବଢ଼ିଯାଇଛି: କେଜ୍ରିୱାଲ

ନୂଆଦିଲ୍ଲୀ: ଆଗକୁ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ । ଏହାକୁ ନେଇ ରାଜ୍ୟରେ କ୍ଷମତାସୀନ ଥିବା ବିଜେପି ଓ ଆମ୍ ଆଦମୀ ପାର୍ଟି (ଆପ୍) ନିଜ ନିଜର ରଣକ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଦୁଇଦିନିଆ ଗୁଜରାଟ ଗସ୍ତରେ ଆସିଥିବା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ସିଧାସଳଖ ଭାଜପା ଉପରେ ବର୍ଷିଛନ୍ତି । ୨୭ ବର୍ଷ ଧରି ରାଜ୍ୟରେ ଶାସନ କରିବା ଫଳରେ ବିଜେପିର ଅହଙ୍କାର ବଢ଼ିଯାଇଛି । ଏହି ଦଳ କ୍ଷମତାରେ ରହି ସାଧାରଣ ଜନତାଙ୍କ ପାଇଁ କିଛି କରିନାହିଁ ବୋଲି କେଜ୍ରି ଜନତାଙ୍କୁ ସମ୍ବୋଧନ କରିବା ଅବସରରେ କହିଛନ୍ତି ।

ସେ କହିଛନ୍ତି, ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ଜନସାଧାରଣ କାହିଁକି ବାଛୁଛନ୍ତି? ୨୭ ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିବା ଫଳରେ ଭାଜପା ଆଜି ଏକ ଅହଙ୍କାରୀ ଦଳରେ ପରିଣତ ହୋଇଛି । କ୍ଷମତାରେ ରହି ଦଳ ଲୋକଙ୍କ ଦୁଃଖ ବୁଝିନାହିଁ କି କିଛି କରିନାହିଁ । ମୋ ର୍ୟାଲିକୁ ନ ଆସିବା ପାଇଁ ରାଜ୍ୟର ବ୍ୟବସାୟୀମାନଙ୍କୁ ସରକାର ପ୍ରବର୍ତ୍ତାଇଛନ୍ତି । ରାଜ୍ୟ ସରକାର ନାମକୁ ମାତ୍ର ମଦକୁ ବ୍ୟାନ କରିଛନ୍ତି । ପ୍ରତ୍ୟେକ ସ୍ଥାନରେ ଅତି ସହଜରେ ମଦ ମିଳିବା ସହ ଘରକୁ ଡେଲିଭରି କରାଯାଉଛି ।

ଗତ ୭୫ ବର୍ଷର ସ୍ୱାଧୀନତା ପରେ ଆମେ ବହୁତ କିଛି ହାସଲ କରିଛେ । ମାତ୍ର ଏହା ଆମକୁ ଭାବିବାକୁ ପଡ଼ିବ ଯେ ଏହି ସମୟ ମଧ୍ୟରେ ଆମର ପଡ଼ୋଶୀ ଦେଶମାନେ ଆମଠାରୁ ବହୁତ ଆଗକୁ ବଢ଼ି ସାରିଲେଣି । ଆମ ପାଖରେ କ’ଣ ଅଭାବ ଅଛି, ଆମେ କାହିଁକି ପଛରେ ପଡ଼ି ରହିବା? ଦେଶର ରାଜନୀତି ଖରାପ ଆଡ଼କୁ ଗତି କରୁଛି । ଦେଶ ୭୦ ବର୍ଷ ପଛକୁ ଫେରି ଯାଇଛି । ଗୁଜରାଟର ଟ୍ରେଡରମାନେ ଜିଏସଟି ଅଫିସରଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି । ଏପରି ରାଜନୀତିରୁ ନିବୃତ ରହିବା ପାଇଁ ମୁଁ ବିଜେପିକୁ ଅନୁରୋଧ କରୁଛି ।

Get real time updates directly on you device, subscribe now.