fbpx

ଅନଲାଇନ ଗେମରେ ହାରିଲେ ୨୬ ଲକ୍ଷ: କରଜ ଶୁଝିବା ପାଇଁ ଭୟାନକ ପଦକ୍ଷେପ ନେଲେ ଡାକ୍ତର

ନୂଆଦିଲ୍ଲୀ: କୌଣସି ଜିନିଷର ଅଭ୍ୟାସ କରିବାର ପରିଣାମ ମଣିଷ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ତେବେ ଦୈନନ୍ଦିନ ଜୀବନ ପରେ ଏବେ ସବୁଠୁ ବଡ ଏବଂ ଖରାପ ଅଭ୍ୟାସ ପାଲଟିଛି ଅନଲାଇନ ଗେମ୍ । ବିଶେଷ କରି ଯୁବପିଢୀଙ୍କ ମଧ୍ୟରେ ଏହାର କ୍ରେଜ ଖୁବ ଅଧିକ ଦେଖାଯାଉଛି । ତେବେ ଅନେକ ସମୟରେ ଏହି ଗେମ୍ ପାଇଁ ଲକ୍ଷ ଲକ୍ଷ ଟଙ୍କା ହରାଇ ଦେଇଥାନ୍ତି । ଏହାପରେ ମଧ୍ୟ ଗେମ୍ ନିଶା ସେମାନଙ୍କ ପିଛା ଛାଡି ନଥାଏ । ତେଣୁ ଏହି ଟଙ୍କାକୁ ଶୁଝିବା ପାଇଁ ପରେ ବିଭିନ୍ନ ଭୟାନକ ବାଟ ଆପଣେଇଥାନ୍ତି ଗେମର୍ । ଏଭଳି ଏକ ଘଟଣା ଘଟିଯାଇଛି ଅହମ୍ମଦାବାଦର ଜଣେ ଆଖି ସର୍ଜନଙ୍କ ସହିତ । ଗେମ୍ ଖେଳି ୨୬ ଲକ୍ଷ ଟଙ୍କା ହରାଇବା ପରେ ଏହାକୁ ଶୁଝିବା ପାଇଁ ଏକ ଭୟାନକ ପଦକ୍ଷେପ ନେଇଛନ୍ତି ।

ସୂଚନା ଅନୁସାରେ, ସର୍ଜନ ଡା. ସଙ୍କେତ ଅନଲାଇନ ଗେମ୍ ଖେଳି ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି । ତେଣୁ ଏହି ଟଙ୍କା ଶୁଝିବା ପାଇଁ ସେ ଏକ ବିରାଟ ଯୋଜନା ରଚିଛନ୍ତି । ଟଙ୍କା ପାଇଁ ନିଜକୁ ଅପହରଣ କରିବାର ଏକ ଷଡଯନ୍ତ୍ର କରିଥିଲେ ଡାକ୍ତର ବାବୁ । ମହାଶୟଙ୍କର ଏହି ପ୍ଲାନ ଶୁଣି ପୋଲିସ ମଧ୍ୟ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏହି ଅପହରଣ ପ୍ଲାନ ପୁଣି ରଚିଥିଲେ ନିଜ ବାପାଙ୍କ ପାଖରୁ ଟଙ୍କା ହଡପ କରିବା ପାଇଁ ।

ନିଜକୁ ସେ ନିଜେ କିଡନାପ କରି ନେଇଥିଲେ, ଏବଂ ବାପାଙ୍କ ପାଖରୁ ୧୫ ଲକ୍ଷ ଟଙ୍କା ପାଇଁ ଦାବି କରିଥିଲେ । ଯଦି ପୁଅକୁ ସୁରକ୍ଷିତ ଫେରିବାକୁ ଚାହଁ, ତେବେ ଟଙ୍କା ଦେବାକୁ ଅପହରଣକାରୀମାନେ ଡାକ୍ତରଙ୍କ ବାପାଙ୍କୁ କହିଥିଲେ । ତେବେ ଯଦି ଏ ବିଷୟରେ କାହାକୁ ଜଣାଅ କିମ୍ବା ପୋଲିସ ଏ ନେଇ କିଛି ସୂଚନା ପାଏ, ତାହେଲେ ପୁଅର ଶବ ମଧ୍ୟ ମିଳିବ ନାହିଁ ବୋଲି ଧମକ ଦେଇଥିଲେ ଅପହରଣ କାରୀ । ତେବେ ପରେ ଡା. ସଙ୍କେତ ନିଜେ ଏ ନେଇ ପୋଲିସକୁ ଖବର ଦେଇଛନ୍ତି ।

ତେବେ ଡା. ସଙ୍କେତଙ୍କୁ ଅଟକ ରଖି ପଚରାଉଚରା କରିବା ସମୟରେ ସମସ୍ତ ଘଟଣାର ପର୍ଦ୍ଦାଫାଶ ହୋଇଛି । ଅନଲାଇନ ଗେମ୍ ଯୋଗୁଁ ସେ ୨୬ ଲକ୍ଷ ଟଙ୍କା ହରାଇଛନ୍ତି । ତେଣୁ ଉଧାର ଆଣିଥିବା ଲୋକମାନଙ୍କୁ ଟଙ୍କା ଫେରାଇବା ପାଇଁ ଏମିତି ପଦକ୍ଷେପ ନେଇଛନ୍ତି ଆଖି ସର୍ଜନ ଡା. ସଙ୍କେତ ।

Get real time updates directly on you device, subscribe now.