fbpx

ଅଗଷ୍ଟ ୧୫ ନୁହେଁ, ଏହି ଦିନ ଆରମ୍ଭ ହେବ 5G ସେବା: ଜାଣନ୍ତୁ କ’ଣ ରହିବ ରେଟ୍

ନୂଆଦିଲ୍ଲୀ: ଭାରତରେ 5G ସ୍ପେକ୍ଟ୍ରମ ବିକ୍ରି ହେବା ପରଠୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କେବେ ମିଳିବ 5G ସେବା? ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ଦେଶରେ ଏହି ସେବା ଉପଲବ୍ଧ ହେବ ବୋଲି ଖବର ସାମନାକୁ ଆସିଥିଲା । କିନ୍ତୁ ଏହାକୁ ଭୁଲ ଦର୍ଶାଇ ଆଉ ଏକ ନୂଆ ତାରିଖ ଏବେ ସାମନାକୁ ଆସିଛି । ତେବେ ଭାରତରେ 5G ଲଞ୍ଚ ହେବା ସମୟକୁ ବିଶେଷ ବିଳମ୍ବ କରାଯାଇନାହିଁ । ପୁରୁଣା ସମୟ ଅନୁସାରେ ଦେଢ ମାସ ଘୁଞ୍ଚାଯାଇଛି ୫ଜି ଲଞ୍ଚ ତାରିଖ । ଏ ନେଇ ସରକାରୀ ଅଧିକାରୀମାନେ ଗୁପ୍ତଭାବରେ ସୂଚନା ଜାରି କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୯ ତାରିଖରେ ଏହାର ଲଞ୍ଚ କରାଯିବା ନେଇ ଅନୁମାନ କରାଯାଉଛି ।

ଆସନ୍ତା ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ମାଧ୍ୟମରେ 5G ସେବାର ଔପଚାରିକ ଭାବରେ ଲଞ୍ଚ କରାଯିବା ନେଇ ଯୋଜନା ରହିଥିଲା । କିନ୍ତୁ ଏବେ ଏହି ଯୋଜନାରେ ଆସିଛି ପରିବର୍ତ୍ତନ । ୫ଜି ପାଇଁ ଭାରତୀୟ ସ୍ପେକ୍ଟ୍ରମ ନିଲାମୀରେ ରେକର୍ଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭାରତ ସରକାରଙ୍କୁ 5G ନିଲାମୀରୁ ମୋଟ ୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରୋଜଗାର ହୋଇଛି । ତେବେ ଏହି ତାଲିକାରେ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ସହିତ ଅଦାନୀ ଡାଟା ନେଟୱାର୍କ ମଧ୍ୟ ସାମିଲ ରହିଛି ।

ତେବେ ଆସନ୍ତା ବର୍ଷେରୁ ୨ ବର୍ଷ ମଧ୍ୟରେ ଭାରତର ସମସ୍ତ ଅଞ୍ଚଳରେ 5G ସେବା ଉପଲବ୍ଧ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ । ଏହାପୂର୍ବରୁ ଚଳିତବର୍ଷ ଅକ୍ଟୋବର ମାସରେ ରୋଲଆଉଟ ଏବଂ ଉପଲବ୍ଧତାର ପ୍ରଥମ ସୋପାନ ଦେଖିବାକୁ ମିଳିବ । ତେବେ 5G ଡାଟା ପ୍ଲାନର ଦାମ୍ 4G ସେବା ସହିତ ପ୍ରତିଦ୍ୱନ୍ଦିତା ଜାରି ରଖିବ ଏବଂ ଭାରତରେ ଏହା ଶସ୍ତା ରହିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସର୍ବଭାରତୀୟ ସ୍ତରରେ 4G ସେବା ପ୍ରତି ମାସରେ ୨,୦୦୦ରୁ ଅଧିକ ଥିବା ବେଳେ ଭାରତରେ ଟେଲିକମ୍ ସେବା ୨୦୦ ଟଙ୍କାରୁ ବି କମ୍ ରହିଛି । ଏହି ତୁଳନାରେ 5G ସେବା ରୋଲଆଉଟ ହେବା ସହିତ ଏହାର ଦାମ ମଧ୍ୟ ପ୍ରାୟତଃ ସମାନ ରହିବ ବୋଲି ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.