fbpx
BJD
BJD SKY
BJD SKY

ଜୋତାରୁ କାଢ଼ି ପିଅନ୍ତୁ ବିୟର, ଏହି କମ୍ପାନୀ ପ୍ରସ୍ତୁତ କରିଛି ଏଭଳି ଅଦ୍ଭୁତ ସ୍ନିକର

BJD

ବିୟର ତିଆରି କରୁଥିବା ଡଚ୍ କମ୍ପାନୀ ହେନେକେନ ଏକ ଭିନ୍ନ ଡିଜାଇନ୍ ର ଜୋତା ଲଞ୍ଚ କରିଛି । ଏହି ଜୋତା ବିୟରରେ ଚାଲିବାର ଅନୁଭବ ଦେବ । ବିୟର ପିଇବା ପାଇଁ ହଜାର ହଜାର ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବ କଥା ଶୁଣିଥିବେ । କିନ୍ତୁ ଏବେ ଲୋକେ ବିୟରରେ ଚାଲିବେ । ଅବଶ୍ୟ ରାସ୍ତାରେ ବିୟରେ ଗୋଡ଼ ରଖି ଚାଲିବେନି, ବରଂ ଏଥିପାଇଁ ଏକ ସ୍ୱତନ୍ତ୍ର ଜୋତା ତିଆରି କରିଛି କମ୍ପାନୀ, ଯାହାର ଆପଣ ବିୟର ଭରିପାରିବେ ଏବଂ ଏହାକୁ ପିନ୍ଧ ଆପଣ ଚାଲିପାରିବେ ।

ବିୟର ତିଆରି କରୁଥିବା ବିଦେଶୀ କମ୍ପାନୀ ହେନେକେନ ନିଜର ସିଲଭର ବିୟରକୁ ପ୍ରମୋଟ୍ କରିବା ପାଇଁ ତିଆରି କରିଛି । ଜୋତାର ନାମ ହେନେକିକ୍ସ ରଖାଯାଇଛି । ହେନେକେନ ବୋତଲର ରଙ୍ଗ ଅନୁସାରେ, ଜୋତା ଡିଜାଇନ କରାଯାଇଛି । କମ୍ପାନୀ ଏଭଳି ୩୨ ହଳ ଜୋତା ତିଆରି କରିଛି । ଏହା ଭିନ୍ନ ଭିନ୍ନ ଓପନର୍ସ ସହ ଦେଖିବାକୁ ମିଳିବ । ଯଦି ଆପଣ ଏହି ଜୋତା ବିୟର କାଢ଼ି ପିଇବାକୁ ଚାହୁଛନ୍ତି, ତେବେ ସହଜରେ ପିଇପାରିବେ । ହେନେକେନ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛି ।

ତେବେ ଏହି ଜୋତା ଡେଲି ୟୁଜ୍ ପାଇଁ ନୁହେଁ । ଯେତେବେଳେ ଆପଣ ହେନେକିକ୍ସ ପିନ୍ଧିବେ ସେତେବେଳେ ଆପଣ ବିୟର ଉପରେ ଚାଲିବାର ଅନୁଭବ କରିବେ । ଏହି ଜୋତାକୁ ଡୋମିନିକ୍ ସିଆମ୍ବ୍ରୋନ ଜୋତା ଡିଜାଇନର ସହଯୋଗରେ ତିଆରି କରାଯାଇଛି । ଆଉ ଏହା ସବୁଠୁ ଅନନ୍ୟ ।

ଏହି ଜୋତା ସବୁଜ ଏବଂ ଲାଲ ରଙ୍ଗରେ ଉପଲବ୍ଧ । ଜୋତାର ସୋଲ ବିୟରରେ ଭରିରହିଛି । ଜୋତାରେ ଏକ ବିଶେଷ ପ୍ରକାରର ସର୍ଜିକାଲ ଇଞ୍ଜେକ୍ସନ ବ୍ୟବହାର କରି ବିୟର ଭରାଯାଇଥାଏ । ଜୋତାରେ ମେଟାଲ ବଟଲ ଓପନର ମଧ୍ୟ ରହିଛି ।

Get real time updates directly on you device, subscribe now.