fbpx
BJD SKY
BJD SKY

ଏମିତି ଦୁଃଖ ଈଶ୍ୱର କାହାକୁ ନ ଦିଅନ୍ତୁ: ବାପା ଶଯ୍ୟାଶାୟୀ, ମେଡିସିନ୍ ପାଇଁ ଅର୍ଥ ନାହିଁ, ଅଧାରୁ ପାଠ ଛାଡ଼ିଲେ ପୁଅଝିଅ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି- ବିଧିର ବିଧାନ କେ କରିବ ଆନ । କାହା ଭାଗ୍ୟରେ କ’ଣ ଲେଖା ଅଛି ସେକଥା କିଏ କହିପାରିବ । ସେହିପରି ଭଳି ଜଣେ ଭୁକ୍ତଭୋଗୀ ହେଉଛନ୍ତି ଭଦ୍ରକର ଅକ୍ଷୟ ଜେନା । ଦିନ ଥିଲା କୋଣାର୍କ ଗଣନାଟ୍ୟର ପ୍ରବେଶ ଫାଟକ ସଜା ପାଇଁ ପ୍ରଥମେ ଅକ୍ଷୟଙ୍କୁ ଡାକରା ପଡ଼ୁଥିଲା । ମାତ୍ର ଆଜି ସେ ଖୁସି ଓ ସୁନାର ସମୟ ଆଉ ନାହିଁ । ୯ ବର୍ଷ ହେବ ଶଯ୍ୟାଶାୟୀ ହୋଇ ମରଣ ସହିତ ଲଢ଼େଇ କରୁଛନ୍ତି ସେ ।

ଅକ୍ଷୟଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଅଧିନସ୍ଥ ଖଡ଼ିସିଙ୍ଗା ଗ୍ରାମରେ । ଯାତ୍ରା ଶ୍ରମିକ ଅକ୍ଷୟଙ୍କ ଦୁଃଖ କାହାଣୀ ଶୁଣିଲେ ଛୋଟ ଛୁଆର ଆଖିରେ ବି ଲୁହ ଆସିଯିବ । ସେ ଦୀର୍ଘ ୧୦ ବର୍ଷ ଧରି ଜଣେ ଜଣେ ଦାୟିତ୍ୱବାନ ଶ୍ରମିକ ଭାବେ ଯାତ୍ରାପାର୍ଟିରେ କାମ କରୁଥିଲେ । ମାତ୍ର ଦିନେ ହଠାତ୍ ପରିବହନ ଗାଡ଼ିରୁ ଷ୍ଟିଲ ଗ୍ରୀଲ ଅନଲୋଡ଼ିଂ କରୁକରୁ ଗ୍ରୀଲ ତାଙ୍କର ବେକ ଉପରେ ପଡ଼ିଯାଇଥିଲା । ଆଉ ସବୁଦିନ ପାଇଁ ଅକ୍ଷୟ ପାଲଟି ଯାଇଥିଲେ ଜଣେ ଅକର୍ମଣ୍ୟ ମଣିଷ ।

ଅକ୍ଷୟଙ୍କ ଦୁର୍ଦ୍ଦିନରେ ତାଙ୍କର ସାଥୀ କଳାକାରମାନେ ତାଙ୍କୁ ୫୫ ହଜାର ଟଙ୍କା ସାହାଯ୍ୟ କରିଥିଲେ ମାତ୍ର ଯାତ୍ରା ପାର୍ଟି ଭୁଲି ଯାଇଥିଲା ଏଇ ସଚ୍ଚୋଟ କର୍ମଚାରୀଙ୍କୁ । ଏହା ମଧ୍ୟରେ ଜମିବାଡ଼ି ବିକି, ଧାର କରଜ କରି ଅକ୍ଷୟଙ୍କ ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ମାତ୍ର ଅକ୍ଷୟ ଆଜି ଭିନ୍ନକ୍ଷମ ରୋଗୀ ପରି ଶେଯରେ ଭାଗ୍ୟକୁ ଆଦରି ପଡ଼ିଛନ୍ତି । ପତ୍ନୀ ମିତା ଅକ୍ଷୟଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଚାହିଁ ରହିଥିବା ବେଳେ ପୁଅ, ଝିଅ ବାପାଙ୍କ ବାପାଙ୍କ ଏଭଳି ଅବସ୍ଥାରେ ନିଜର ପାଠପଢ଼ାରେ ଡୋରି ବାନ୍ଧିଛନ୍ତି । ପରିବାର ଲକ୍ଷାଧିକ ଟଙ୍କା ଋଣରେ ବୁଡ଼ି ରହିଥିବା ବେଳେ ମାସିକ ୩ ହଜାର ଔଷଧ ଖର୍ଚ୍ଚ ବହନ କରିବା କାଠିକର ପାଠ । ପ୍ରଶାସନ, ସହୃଦୟ ବ୍ୟକ୍ତିବିଶେଷ ଏହି ନିରୀହ ମଣିଷଟିକୁ ସାହାଯ୍ୟ କରିବାକୁ ଅନୁରୋଧ ।

Get real time updates directly on you device, subscribe now.