fbpx

ଭାରତକୁ ମିଳିଲା ଡବଲ ଗୋଲ୍ଡ ମେଡାଲ: କୁସ୍ତିରେ ବଡ଼ ଇତିହାସ ରଚିଲେ ଏହି ଦୁଇ ଖେଳାଳି

ବର୍ମିଂହାମ: କମନୱେଲଥ ଗେମ୍ସରେ ଭାରତ ଆଉ ଦୁଇ ସ୍ୱର୍ଣ୍ଣ ପଦକ ହାସଲ ହୋଇଛି । କୁସ୍ତି ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ନିଜ ନାମରେ କରିଛନ୍ତି ଭାରତର ଷ୍ଟାର ଆଥଲେଟ ରବି ଦହିୟା । ଏହା ସହିତ ଭାରତକୁ ଚଳିତ ଟୁର୍ଣ୍ଣାମେଣ୍ଟର ଦଶମ ସୁନା ପଦକ ବିଜୟୀ କରାଇଛନ୍ତି । ତେବେ କୁସ୍ତିରେ ଏହା ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି ରବି । ସେହିପରି ମହିଳା ୫୩ କେଜି ବର୍ଗରେ ବୀନେଶ ଫୋଗଟଙ୍କୁ ସ୍ୱର୍ଣ୍ଣପଦକ ମିଳିଛି । ଏଯାଏଁ କୁସ୍ତିରେ ଭାରତକୁ ୫ ଟି ସ୍ୱର୍ଣ୍ଣ ପଦକ ଜିତିଲାଣି । ଏହା ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି ।

୫୭ କେଜି ବର୍ଗ ଫ୍ରି ଷ୍ଟାଇଲରେ ପୁରୁଷ କୁସ୍ତି ପ୍ରତିଯୋଗିତାରେ ନାଇଜେରିଆର ଏବିକେେବେନିମୋ ୱେଲସନଙ୍କ ୧୦-୦ରେ ମୂଳପୋଛ କରି ରବି ଏହି ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଛନ୍ତି । ମ୍ୟାଚକୁ ଏକତରଫା ବିଜୟ ହାସଲ କରିବା ସହ ଭାରତକୁ ଚଳିତ କମନୱେଲଥ ଗେମ୍ସର ଦଶମ ସ୍ୱର୍ଣ୍ଣ ଦେଇଛନ୍ତି ରବି । ଏହା ବ୍ୟତୀତ କୁସ୍ତି ପାଇଁ ଏହି ପଦକ ଚତୁର୍ଥ ଥର ପାଇଁ ଭାରତ ହାସଲ କରିଛି ।

Get real time updates directly on you device, subscribe now.