fbpx

ସ୍ୱାଧୀନତା ଦିବସରେ BSNLର ଅଫର: ଏହି ରିଚାର୍ଜରେ ପାଇବେ ୭୫ଜିବି ଡାଟା, ୩୩୦ ଦିନର ଭାଲିଡିଟି

ସରକାରୀ ଟେଲିକମ୍ କମ୍ପାନୀ BSNL ସ୍ୱାଧୀନତା ଦୀବସ ଉପଲକ୍ଷେ ଗ୍ରହକଙ୍କ ପାଇଁ ଆଣିଛି ଏକ ବଡ ଅଫର । ପିଭି-୨୦୨୨ ନାମରେ ଏକ ନୂଆ ପ୍ରିପେଡ ପ୍ଲାନ ଅଫର କରୁଛି BSNL । ଦେଶର ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆଜାଦି କି ଅମୃତ ମହୋତ୍ସବକୁ ନଜରରେ ରଖି ଏହି ପ୍ଲାନ ଲଞ୍ଚ କରିଛି କମ୍ପାନୀ । ଏହି ପ୍ଲାନର ଦାମ୍ ୨୦୨୨ ଟଙ୍କା ରଖାଯାଇଛି । ତେବେ ଏହା ଏକ ଲମ୍ବା ଭାଲିଡିଟି ପ୍ଲାନ ଯାହାଦ୍ୱାରା ଗ୍ରାହକମାନଙ୍କୁ ଅନେକ ଫାଇଦା ମିଳିପାରିବ ।

BSNLର ଏହି ନୂଆ ପ୍ରିପେଡ ପ୍ଲାନ PV-2022ରେ ପ୍ରତ୍ୟେକ ମାସ ୭୫ ଜିବି ଡାଟା ପ୍ରଦାନ କରାଯିବ । ଏହାସହିତ ପାଖାପାଖି ଏକ ବର୍ଷର ଭାଲିଡିଟି ପାଇ ପାରିବେ ଗ୍ରାହକ । ଏହି ପ୍ଲାନରେ ଗ୍ରାହକମାନଙ୍କୁ ୩୦୦ ଦିନର ଭାଲିଡିଟି ପ୍ରଦାନ କରାଯାଇଛି । ଏହାସହିତ ଅନଲିମିଟେଡ କଲ, ସହିତ ପ୍ରତିଦିନ ୧୦୦ SMS ଫ୍ରି ମିଳିଥାଏ ।

ତେବେ ଏହି ୭୫ ଜିବି ଡାଟା ଗ୍ରାହକମାନଙ୍କୁ କେବଳ ୨ ମାସ(୬୦ଦିନ) ପର୍ଯ୍ୟନ୍ତ ମିଳିପାରିବ । ଏହାପରେ ୟୁଜର୍ସଙ୍କୁ ଅନ୍ୟ କୌଣସି ରିଚାର୍ଜ କରିବାକୁ ପଡିବ । ଦେଶର ୭୫ ବର୍ଷ ସ୍ୱାଧୀନତା ଦିବସ ନିମନ୍ତେ ଏହି ସ୍ପେଶାଲ ଅଫର ଦେଇଛି ସରକାରୀ କମ୍ପାନୀ BSNL । କେବଳ ସେଥିପାଇଁ କମ୍ପାନୀ ୭୫ ଜିବି ଡାଟା ପ୍ରଦାନ କରୁଛି । ତେବେ ଏହି ଅଫର କେବଳ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଉପଲବ୍ଧ ରହିବ ।

Get real time updates directly on you device, subscribe now.