fbpx

କୋଲକାତା ମ୍ୟୁଜିୟମରେ ଗୁଳିମାଡ଼, ଜଣେ ଓଡ଼ିଆ ଯବାନ ମୃତ

କୋଲକାତାର ମ୍ୟୁଜିୟମରେ ସିଆଇଏସଏଫ ଯବାନଙ୍କ ଗୁଳିମାଡ଼ । ଗୁଳିମାଡ଼ରେ ଜଣେ ସିଆଇଏସଏଫ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି ।

ସୂଚନାଅନୂଯାୟୀ, ଶନିବାର କୋଲକାତା ପାର୍କ ଷ୍ଟ୍ରିଟ୍ ସ୍ଥିତ ଇଣ୍ଡିଆନ ମ୍ୟୁଜିୟମ ଠାରେ ଗୁଳିମାଡ଼ ହୋଇଛି । ଏହି ଗୁଳିମାଡ଼ ଜଣେ ସିଆଇଏସଏଫ ଯବାନ ନିଜର କିଛି ସାଥୀ ସିଆଇଏସଏଫ୍ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇଛନ୍ତି । ସେ ଏକେ-୪୭ରୁ ୨୫ ରୁ ୩୦ ରାଉଣ୍ଡ ଗୁଳିମାଡ଼ କରିଥିଲେ ।

କୁହାଯାଉଛି ଗୁଳିମାଡ଼ କରିଥିବା ସିଆଇଏସଏଫ ଅଧିକାରୀ ଏବଂ ମୃତ୍ୟୁ ହୋଇଥିବା ଅଧିକାରୀ ଉଭୟ ଓଡ଼ିଆ । ସିଆଇଏସଏଫ ହେଡ କନଷ୍ଟେବଳ ଅକ୍ଷୟ ମିଶ୍ରଙ୍କ ଗୁଳିରେ ସିଆଇଏସଏଫ ଏଏସଆଇ ରଣଜିତ ଷଡ଼ଙ୍ଗୀଙ୍କ ମୃତ୍ୟୁ ହୋଇଛି । ସେହିପରି କମାଣ୍ଡାଣ୍ଟ ସୁବୀର ଘୋଷ ଗୁରୁତର । ତେବେ କୋଲକାତା ପୋଲିସ ଏବଂ ପାରାମିଲିଟାରୀ ଫୋର୍ସର ମିଳିତ ଉଦ୍ୟମରେ ପ୍ରାୟ ଅଧଘଣ୍ଟାର ଅପରେସନ ପରେ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।

ପ୍ରାଥମିକ ରିପୋର୍ଟ ଅନୂଯାୟୀ, ଯବାନ ଜଣକ ପୋଲିସ୍ କାର୍ ଉପରକୁ ଫାୟାରିଂ କରିଥିଲେ । ଫଳରେ ଅନେକ ପୋଲିସ୍ ଆହତ ହୋଇଛନ୍ତି । କୋଲକାତା ପୋଲିସ୍ କମିଶନର ଭିନିତ୍ ଗୋଏଲ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କୁହାଯାଉଛି ଛୁଟି ନମିଳିବାର ଏଭଳି କରିଛନ୍ତି ଅକ୍ଷୟ ମିଶ୍ର ।

Get real time updates directly on you device, subscribe now.