fbpx

(video)ରୋମଟାଙ୍କୁରା ଦୃଶ୍ୟ, ଦୀର୍ଘ ୧୨୮ ଘଣ୍ଟା ପରେ ଭୂକମ୍ପର ଅଳିଆରୁ ଉଦ୍ଧାର ହେଲା ୨ ମାସର ଶିଶୁ

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ହେଇଥିବା ଏକ ବଡ଼ ଧରଣର ଭୂକମ୍ପ ପରେ ପ୍ରାୟ ୨୮,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି, ୬,୦୦୦ କୋଠା ଭୁଶୁଡି ପଡିଛି ଏବଂ ଶହ ଶହ ଲୋକ ଏଯାଏଁ ଆବର୍ଜନା ତଳେ ଫସି ରହିଛନ୍ତି। କିନ୍ତୁ ଏହି ସଂପୂର୍ଣ୍ଣ ବିନାଶ ଏବଂ ନିରାଶା ମଧ୍ୟରେ, ଅଳିଆ ଆବର୍ଜନାରେ ବଞ୍ଚିଥିବା ଲୋକଙ୍କ ଚମତ୍କାର କାହାଣୀ ମଧ୍ୟ ସାମ୍ନାକୁ ଆସୁଛି। ଏପରି ଏକ ଘଟଣାରେ ବର୍ତ୍ତମାନ ଖୁବ ଭାଇରଲ ହେଉଛି । ଯେଉଁଠି ଗତକାଲି ତୁର୍କୀର ହଟେ ର ଅଳିଆ ଆବର୍ଜନା ତଳେ ଦୁଇ ମାସର ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହା ପରେ ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ଭିଡ଼ ଜମିବା ସହ ସବୁ ଖୁସିରେ ଉତ୍ସାହ ଦେଖିବାକୁ ମିଳିଛି । ଭୂକମ୍ପ ପରେ ପ୍ରାୟ ୧୨୮ ଘଣ୍ଟା ପରେ ଏହି ଶିଶୁଟି ଜୀବନ୍ତ ମିଳିଥିଲା।

ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା ପ୍ରାୟ ୨୮,୦୦୦ କୁ ବୃଦ୍ଧି ପାଇଛି। ୨ ମାସର ଶିଶୁକୁ ୧୨୮ ଘଣ୍ଟା ପରେ ଅଳିଆ ଗଦାରୁ ଉଦ୍ଧାର କରାଯାଇଥିଲା, ଏଥିରେ ୭୦,୦୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ ଏବଂ ଲକ୍ଷ ଲକ୍ଷ ଲୋକ ଭୂମିହୀନ ରହିଲେ। ଏହାକୁ ଏକ ଚମତ୍କାର ଭାବରେ ବିବେଚନା କରାଯାଉଛି। ତୁର୍କୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଭୂକମ୍ପ ହେବାର ପାଞ୍ଚ ଦିନ ପରେ ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ଦୁଇ ବର୍ଷର ବାଳିକା, ୬ ମାସର ଗର୍ଭବତୀ ମହିଳା ଏବଂ ୭୦ ବର୍ଷ ବୟସ୍କା ମହିଳା ଅଛନ୍ତି।

ସୂଚନାମୁତାବକ ସୋମବାର ପ୍ରଥମ ୭.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ପରେ ତୁର୍କୀ ଏବଂ ସିରିଆ।୧୯୩୯ ପରଠାରୁ ଦେଶରେ ସବୁଠାରୁ ମର୍ମନ୍ତୁଦ ଭୂକମ୍ପ ଅଟେ।ସିରିଆରେ ୩୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

Get real time updates directly on you device, subscribe now.