fbpx

ପ୍ରକାଶ ପାଇଲା ୟୁଜିସି ନେଟ ପରୀକ୍ଷା କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଦିନ ହେବ ଆପଣଙ୍କ ପରୀକ୍ଷା ?

ନୂଆଦିଲ୍ଲୀ: ୟୁଜିନି ନେଟ୍ ଡିସେମ୍ବର ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ପ୍ରକାଶ କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) । ଏହି କାର୍ଯ୍ୟସୂଚୀ ୟୁଜିସିର ଅଫିସିଆଲ୍ ୱେବସାଇଟ୍ ugcnet.nta.nic.in ଓ nta.ac.inରେ ପ୍ରଥମ ସେସନ୍ ପାଇଁ ପ୍ରକାଶ ପାଇଛି ।

ଏପରି ପରିସ୍ଥିତିରେ ଏହି ପରୀକ୍ଷା ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ପରୀକ୍ଷା ସୂଚୀ ଅନୁସନ୍ଧାନ କରିବା ଉଚିତ ଏବଂ ସେହି ଅନୁଯାୟୀ ପ୍ରସ୍ତୁତି ଆରମ୍ଭ କରିବା ଉଚିତ୍ । ତେବେ ପରୀକ୍ଷା ଆରମ୍ଭ ପାଇଁ ୧୦ ଦିନରୁ କମ୍ ସମୟ ବାକି ରହିଛି ।

ୟୁଜିସି ନେଟ୍ ଡିସେମ୍ବର ସେସନର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୨୧ ଫେବୃଆରୀରୁ ଆରମ୍ଭ ହେବ । ଏଥିରେ ସମୁଦାୟ ୫୭ ଟି ବିଷୟ ସାମିଲ ରହିଛି । ଅନ୍ୟ ବିଷୟଗୁଡ଼ିକର କାର୍ଯ୍ୟସୂଚୀ ପରେ ପ୍ରକାଶ ପାଇବ । ପ୍ରଥମ ଅଧିବେଶନ ୨୧ ଫେବୃଆରୀରୁ ଆରମ୍ଭ ହୋଇ କ୍ରମଶଃ ୨୨ ଫେବୃଆରୀ, ୨୩ ଫେବୃଆରୀ ଏବଂ ୨୪ ଫେବୃଆରୀରେ ଆୟୋଜିତ ହେବ । ବିଶେଷ କଥା ହେଉଛି ୟୁଜିସି ନେଟ୍ ପରୀକ୍ଷାରେ ନେଗେଟିଭ୍ ମାର୍କିଂର କୌଣସି ବ୍ୟବସ୍ଥା ନାହିଁ । ସମୁଦାୟ ୩ ଘଣ୍ଟା ପରୀକ୍ଷାରେ ୩୦୦ ମାର୍କର ୧୫୦ ଅବଜେକ୍ଟିଭ୍ ପ୍ରକାର ପ୍ରଶ୍ନ ପଚରାଯିବ ।

ଏହି ପରୀକ୍ଷାରେ ସାମିଲ ହେବାକୁ ଥିବା ଛାତ୍ରଛାତ୍ରୀମାନେ ସିଟି ଇଣ୍ଟିମେଶନ ସ୍ଲିପକୁ ଅପେକ୍ଷା କରିଛନ୍ତି । ଆସନ୍ତା ସପ୍ତାହ ଆରମ୍ଭ ସୁଦ୍ଧା ୟୁଜିସି ନେଟର ଅଫିସିଆଲ ୱେବସାଇଟ୍ ugcnet.nta.nic.in ଓ nta.ac.in ରେ ସିଟି ଇଣ୍ଟିମେଶନ ସ୍ଲିପ୍ ଅପଲୋଡ୍ ହେବ ବୋଲି ଆଶା କରାଯାଉଛି । ଏହା ପରେ ଆଡମିଟ୍ କାର୍ଡ ଦିଆଯିବ । ଆଡମିଟ୍ କାର୍ଡ ବିନା ପରୀକ୍ଷା କେନ୍ଦ୍ରରେ କୌଣସି ପ୍ରବେଶ ଦିଆଯିବ ନାହିଁ ।

Get real time updates directly on you device, subscribe now.