fbpx

ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ବୋମାକୁ ଡିଫ୍ୟୁଜ୍ କରିବା ପୂର୍ବରୁ ବିସ୍ଫୋରଣ, ଦେଖନ୍ତୁ Video

Advertisement

ଲଣ୍ଡନ: ଇଂଲଣ୍ଡର ଗ୍ରେଟ୍ ୟାରମାଉଥରେ ଶୁକ୍ରବାର ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ବୋମାକୁ ଡିଫ୍ୟୁଜ୍ କରାଯିବା ପୂର୍ବରୁ ତାହା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପାଖାପାଖି ୨୪ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା ।

ତେବେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ପୋଲିସ ସୂଚନା ଦେଇଛି । ଏରିଆ କମାଣ୍ଡର ସୂଚନା ଦେଇ କହିଛନ୍ତି ଯେ ଏହି ବିସ୍ଫୋରଣ ଯୋଗୁ କିଛି ଘରର କବାଟ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ନିକଟସ୍ଥ ଏକ ବ୍ରିଜର ବାଉଣ୍ଡିର ମଧ୍ୟ ସାମାନ୍ୟ ଡ୍ୟାମେଜ୍ ହୋଇଛି ।

ସୂଚନା ମୁତାବକ ଦୁଇଟି ଗ୍ୟାସ୍ ପାଇପଲାଇନ୍ ନିକଟରେ ଉକ୍ତ ବୋମା ଥିବା ନେଇ ସୂଚନା ମିଳିଥିଲା । ଏହା ପରେ ବୋମାଠାରୁ ୨୦୦ ଓ ୪୦୦ ମିଟର ଦୂରରେ ପୋଲିସ, ଜରୁରୀକାଳୀନ ସେବାଦଳ ଓ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା ।

Get real time updates directly on you device, subscribe now.