fbpx

ଯୁକ୍ତ ଦୁଇ ପାଶଙ୍କୁ ସରକାରୀ ଚାକିରି: ଗ୍ରାମୀଣ ବିକାଶ ବିଭାଗରେ ଖାଲି ରହିଛି ୨୬୫୯ ପଦ

ନୂଆଦିଲ୍ଲୀ: ଯୁକ୍ତ ଦୁଇ ପାଶଙ୍କ ପାଇଁ ଖୁସି ଖବର । ଡିଜିଟାଲ ଶିକ୍ଷା ଏବଂ ରୋଜଗାର ବିକାଶ ସଂସ୍ଥାନ ପକ୍ଷରୁ ଏହି ସରକାରୀ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସବୁଦାୟ ୨୬୫୯ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମାର୍ଚ୍ଚ ୧୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ । କେବଳ ଅନଲାଇନ୍ ଜରିଆରେ ଆବେଦନ କରାଯାଉଥିବା ବେଳେ ୨୦ ଏପ୍ରିଲ ପର୍ଯ୍ୟନ୍ତ ଏହି ଆବେଦନ କରାଯିବ । ଏହି ଲିଙ୍କରେ https://dsrvsindia.ac.in/ କ୍ଲିକ୍ କରି ଅନଲାଇନରେ ଆବେଦନ କରାଯାଇପାରିବ ।

କେବଳ ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଜିଡି ଏବଂ ଜେନେରାଲ ପରୀକ୍ଷା ଅଗଷ୍ଟ ମାସରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ଫଳ ସେପ୍ଟେମ୍ବର ୨୦୨୨ରେ ଅନୁଷ୍ଠିତ ହେବ । ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ପାଶ ରଖାଯାଇଛି । ଏହା ସହିତ କୌଣସି କମ୍ପ୍ୟୁଟର କୋର୍ସରେ ଡିପ୍ଲୋମାର ଡିଗ୍ରୀ ଆବଶ୍ୟକ । ଆବେଦନକାରୀଙ୍କ ଜନ୍ମ ୧ ଏପ୍ରିଲ ୧୯୮୨ ପୂର୍ବରୁ କିମ୍ବା ୧ ଅଗଷ୍ଟ ୨୦୦୪ ପୂର୍ବରୁ ହୋଇନଥିବା ଆବଶ୍ୟକ । ମାର୍କ ଅନୁସାରେ ପରବର୍ତ୍ତୀ ଚୟନ କରାଯିବ । ଜେନେରାଲ କିମ୍ବା ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫି ୫୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ପାଇଁ ୩୫୦ ଟଙ୍କା ଏବଂ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ୩୫୦ ଟଙ୍କାର ପରୀକ୍ଷା ଦେୟ ରଖାଯାଇଛି ।

Get real time updates directly on you device, subscribe now.