Video: ଉଦ୍ଧାର ହେଲା ୧୩ ଫୁଟର କୁମ୍ଭୀର, ମତ୍ସ୍ୟଜୀବୀ ସୂଚନା ଦେଲା ବନବିଭାଗ କର୍ମଚାରୀଙ୍କୁ

ଜଳେଶ୍ୱର : କୁମ୍ଭୀରର ଆତଙ୍କରେ ବ୍ରେକ ଲାଗିବାର ନାମ ନେଉ ନାହିଁ । କୁମ୍ଭୀର ନାଁ ଶୁଣିଲେ ଲୋକଙ୍କ ମନରେ ଭୟର ପାହାଡ଼ ସୃଷ୍ଟି ହେଉଥରବା ବେଳେ ପୁଣି ଏକ ୧୩ ଫୁଟିଆ କୁମ୍ଭୀରକୁ ଜଳେଶ୍ୱରରୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ, ସକାଳୁ ସକାଳୁ ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ମାଛ ଧରିବା ପାଇଁ ଯିବା ବେଳେ ଜଳେଶ୍ୱରର ତାଳସରୀ ବେଳାଭୂମୀରେ ଏକ କୁମ୍ଭୀରକୁ ଦେଖିଥିଲେ । ଏହି ବିଶାଳ କାୟ ୧୩ ଫୁଟିଆ କୁମ୍ଭୀର ଦେଖି ଗାଁ ଲୋକେ ଭୟଭୀତ ହୋଇଯାଇଛନ୍ତି । ଏନେଇ ଲୋକେ ଉଦୟପୁରର ବନ ବିଭାଗକୁ ଖବର ଦେଇଥିଲେ । ଘବର ପାଇଁ ୧୩ ଜଣିଆ ବନ ବିଭାଗ କର୍ମଚାରୀ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ତେବେ ତାଳସୀର ଏବଂ ଉଦୟପୁର ବେଳାଭୂମିକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ବୁଲିବା ପାଇଁ ଆସନ୍ତି, ଏହା ସହ ସ୍ଥାନୀୟ ଲୋକେ ଗାଧଉଛନ୍ତି । କିନ୍ତୁ ଏଠାରେ ପ୍ରଥମ ଥର କୁମ୍ଭୀରକୁ ଦେଖି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଯାଇଛି ।