fbpx
BSKY SKY
BSKY SKY

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଦିଲ୍ଲୀରେ ହାଇ ଆଲର୍ଟ, ନମାଜ ପାଠ ପୂର୍ବରୁ ପୋଲିସ ସତର୍କ

BSKY

ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ବଢୁଥିବା ବିବାଦ ମଧ୍ୟରେ ଦିଲ୍ଲୀ ପୋଲିସ ହାଇ ଆଲର୍ଟ ଜାରି କରିଛି । ଶୁକ୍ରବାର ଦିନ ନମାଜ ପାଠ ହେଉଥିବା ବେଳେ ସଡକ ଉପରେ ପୋଲିସ ମୁତୟନ କରାଯାଇଥିଲା । ଏହା ଛଡା ଇସ୍ରାଇଲ ଦୁତାବାସ ଏବଂ ୟହୁଦି ଧାର୍ମିକ ପ୍ରତିଷ୍ଠାନ ସହିତ ସଂମ୍ବେଦନଶିଳ କ୍ଷେତ୍ରରେ ସୁରକ୍ଷା ବଢାଯାଇଛି । ସୂଚନା ଅନୁସାରେ ସୁରକ୍ଷା ଏଜେନ୍ସି ଦେଶରେ ରହୁଥିବା ଇସ୍ରାଇଲ ମାନଙ୍କ ସୁରକ୍ଷା କରିବା ପାଇଁ କିଛି ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ମଧ୍ୟ ସତର୍କ କରାଯାଇଛି । ତେବେ ଆମେରିକା ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀ ସହିତ ଅନେକ ଦେଶ ଦ୍ୱାରା ଇଜରାଇଲରେ ବଢୁଥିବା ହିଂସାକୁ ନଜରରେ ରଖି ପାଲେଷ୍ଟାନୀ ସମର୍ଥକ ପଦର୍ଶନକାରୀଙ୍କୁ ଆଖପାଖ ଅଞ୍ଚଳରେ ସୁରକ୍ଷା ବଢାଇବାକୁ ଆଦେଶ ଦେବା ପରେ ଦିଲ୍ଲୀ ପୋଲିସ ମଧ୍ୟ ହାଇ ଆଲର୍ଟ ଜାରି କରିଛି । ଶକ୍ରବାର ସକାଳେ ଅପରେସନ ଅଜୟ ଦ୍ୱାରା ଇସ୍ରାଇଲରେ ଥିବା ଭାରତୀୟ ନାଗରୀକ ମାନଙ୍କୁ ଅଣା ଯାଇଥିଲା । ଏଥିରେ ମୋଟ ୨୧୨ ନାଗରିକ ଭାରତରେ ପହଞ୍ଚିଥିଲେ ।

ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଆଜି ଇସ୍ରାଏଲରେ ପହଞ୍ଚିଛନ୍ତି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ତେଲ୍‌ ଅଭିଭ୍‌ରେ ଭେଟିଛନ୍ତି। ବ୍ଲିଙ୍କେନ ମଧ୍ୟ ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି ଏବଂ ଯୁଦ୍ଧ ସ୍ଥିତି ନେଇ ଆଲୋଚନା କରିଛନ୍ତି। ବ୍ଲିଙ୍କେନ କହିଛନ୍ତି, କେବଳ ଜଣେ କୂଟନୀତିଜ୍ଞ ଭାବେ ନୁହଁ, ମୁଁ ଜଣେ ଇହୁଦି ଭାବେ ମଧ୍ୟ ଇସ୍ରାଏଲ ଆସିଛି। ମୋ ଜେଜେବାପା ହୋଲକାଷ୍ଟରୁ ବର୍ତ୍ତି ଯାଇଥିଲେ। ଇସ୍ରାଏଲବାସୀଙ୍କ ସହ ଆମେରିକା ଦୃଢ଼ ଭାବେ ରହିଛି ବୋଲି ସେ ଘୋଷଣା କରିଥିଲେ। ଇସ୍ରାଏଲ୍‌ରେ ହମାସର ବର୍ବରତା ଏହାକୁ ତା’ର ଆତ୍ମାର ଅନ୍ଧକାର ଆଡ଼କୁ ଟାଣିନେବ ଏବଂ ଏଥିରୁ ହମାସକୁ କେହି ରକ୍ଷା କରିପାରିବେ ନାହିଁ ବୋଲି ବ୍ଲିଙ୍କେନ କହିଛନ୍ତି।

Get real time updates directly on you device, subscribe now.