fbpx

ଚାଲିଥଲା ଜନ୍ମଦିନ ପାର୍ଟି ସେଲିବ୍ରେସନ, ହଠାତ ନାଇଟ୍‌କ୍ଲବ୍‌ରେ ଲାଗିଗଲା ନିଆଁ…ଆଉ ତାପରେ

ଓଡିଶା ଭାସ୍କର; ରବିବାର ଦକ୍ଷିଣ ପୂର୍ବ ସ୍ପେନ୍‌ର ମର୍ସିଆର ଏକ ନାଇଟ୍‌ କ୍ଲବ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ସେଲିବ୍ରେସନ ଚାଲିଥିବା ବେଳେ ହଠାତ କୌଣସି ଏକ କାରଣରୁ ନିଆଁ ଲାଗିଯିବା ଫଳରେ କ୍ଳବରୁ ଗ୍ରାହକମାନେ ପଦାକୁ ବାହାରି ପାରିନଥିଲେ । ଫଳରେ ଉକ୍ତ କ୍ଳବ ଭିତରେ ଅନେକ ଜଣ ଜିଅନ୍ତା ଜଳିଯାଇଥିବା ବେଳେ ଗୁରୁତର ଭାବେ ଅନେକ ଜଣ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଏହି ଦୁର୍ଘଟଣାରେ ୧୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଆଗକୁ ଏହାର ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି। ତେବେ ସ୍ପେନ୍‌ର ମୁର୍ସିଆ ସହରରେ ଥିବା ଏହି ଦୁଇ ମହଲା ବିଶିଷ୍ଟ ନାଇଟ୍‌କ୍ଲବ୍‌ର ଅଗ୍ନିକାଣ୍ଡ ସ୍ଥଳରେ ଫୋରେନ୍‌ସିକ ଟିମ୍‌ ସହ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Get real time updates directly on you device, subscribe now.