fbpx

ଟ୍ରକ-ପିକଅପ୍ ମଧ୍ୟରେ ଧକ୍କା: ଦୁର୍ଘଟଣାରେ ଚାଲିଗଲା ୧୩ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଘଟିବ ତାହା କେହି କହିପାରିବେ ନାହିଁ । ତେବେ ଏହା ମଧ୍ୟରେ ଏକ ବଡ଼ ଦୁର୍ଘଟଣା ଘଟି ୧୩ ଜଣଙ୍କ ଜୀବନ ଚାଲିଯାଇଛି । ଗୋଟିଏ ଟ୍ରକ ଓ ପିକଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଦେଖିବାକୁ ମିଳିଥିଲା । ପିକଅପରେ ଅନେକ ଯାତ୍ରୀ ଯାତ୍ରା କରୁଥିବା ବେଳେ ଟ୍ରକ ସହିତ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା ।

ସେହିପରି ହସ୍ପିଟାଲକୁ ନେବା ବାଟରେ ଅନ୍ୟ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରୁଛି । ଟ୍ରକଟି ଦ୍ରୁତ ବେଗରେ ଆସୁଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଯାଞ୍ଚ କରୁଛି । ମୃତ ଯାତ୍ରୀଙ୍କ ଶବକୁ ଉଦ୍ଧାର କରାଯାଇ ପୋଷ୍ଟ ମର୍ଟମ ପାଇଁ ପଠାଯାଇଛି । ସେହିପରି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାଂଲାଦେଶର ଠାକାରେ ଦେଖିବାକୁ ମିଳିଛି ଏଭଳି ଏକ ଭୟଙ୍କର ଅଘଟଣ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଢାକାରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ଗତ ମାର୍ଚ୍ଚ ମାସରେ ଢାକାରେ ଏକ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା । ଗୋଟିଏ ବସ ରାସ୍ତାରେ ଯାଉଥିବା ସମୟରେ ଅଚାନକ ରାସ୍ତାରେ ଟାୟାର ଫାଟି ଯାଇଥିଲା । ଟାୟାର ଫାଟିଯିବା ଫଳରେ ବସଟି ନିୟନ୍ତ୍ରଣ ହରାଇଥିଲା । ଫଳରେ ବସଟି ଏକ ଖାଇ ମଧ୍ୟରେ ପଶିଯାଇଥିଲା । ଏହି ଦୁର୍ଘଟଣାରେ ୧୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟ କିଛି ଯାତ୍ରୀ ଆହତ ହୋଇଥିଲେ । ବାଂଲାଦେଶର ମଦାରୀପୁର ଅଞ୍ଚଳରେ ଏହି ଅଘଟଣ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.