ପ୍ରଥମେ ଦୁଷ୍କର୍ମ ପାଇଁ ଉଦ୍ୟମ, ରାଜି ନ ହେବାରୁ ୫ବର୍ଷୀୟ ନାବାଳିକାକୁ ହତ୍ୟା କଲା ୧୩ ବର୍ଷୀୟ ନାବାଳକ

ନାବାଳିକାକୁ ଏକ ନିଛାଟିଆ ଜାଗାକୁ ନେଇଯାଇଥିଲା ନାବାଳକ। ଦୁଷ୍କର୍ମ ପାଇଁ ଉଦ୍ୟମକୁ ବିରୋଧ କରିବାରୁ ଝିଅର ମୁଣ୍ଡକୁ ପଥରରେ ଛେଚି ମାରିଦେଲା ୧୩ ବର୍ଷୀୟ ବାଳକ।

ଛତିଶଗଡ଼: ୧୩ ବର୍ଷୀୟ ନାବାଳକର ନାରକୀୟ କାଣ୍ଡ। ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ। ଏହାକୁ ଝିଅଟି ବିରୋଧ କରିବାରୁ ରାଗି ଯାଇଥିଲା ନାବାଳକ। ଆଉ ପାଖରେ ପଡିଥିବା କାଠ ଫାଳିଆରେ ଝିଅଟିର ମୁଣ୍ଡକୁ ପିଟି ଚାଲିଥିଲା।

ଏତିକିରେ ମନ ଶାନ୍ତି ହେଲାନି ଯେ, ଏକ ପଥରେ ଝିଅଟିର ମୁଣ୍ଡକୁ ଛେଚି ଛେଚି ଅତି ନୃଶଂସ ଭାବରେ ହତ୍ୟା କରିଦେଲା ନାବାଳକ। ଘଟଣା ଜଣାପଡିବା ପରେ ପୋଲିସ ନାବାଳକକୁ ପଚରା ଉଚରା କରିଥିଲା। ପରେ ସେ ନିଜର ଦୋଷ ସ୍ୱୀକାର କରିଥିବା ଜଣାପଡିଛି। ଆଉ ଏହା ମଧ୍ୟ ମାନିଛି କି ସେ ସବୁ ବେଳେ ପର୍ଣ୍ଣ ଭିଡିଓ ଦେଖୁଥିଲା। ଯାହାପାଇଁ ଏସବୁ କାଣ୍ଡ ଘଟିଗଲା।

ନାବାଳିକାକୁ ହତ୍ୟା କଲା ନାବାଳକ: ମଙ୍ଗଳବାର ଦିନ ଛତିଶଗଡ଼ର ବିଳାସପୁରରେ ଜଣେ ପାଞ୍ଚ ବର୍ଷର ଝିଅକୁ ବଳାତ୍କାର କରିବାକୁ ଚେଷ୍ଟା କରିବା ପରେ ହତ୍ୟା କରିବା ଅଭିଯୋଗରେ ପୋଲିସ ଜଣେ ୧୩ ବର୍ଷୀୟ ବାଳକକୁ ଅଟକ ରଖିଛି।

ମଙ୍ଗଳବାର ସକାଳେ ବିଳାସପୁରର ସରକାଣ୍ଡା ଥାନା ସୀମା ଅନ୍ତର୍ଗତ ଏକ ନିର୍ମାଣାଧୀନ ଘରେ ଝିଅଟିର ମୃତଦେହ ମିଳିଥିଲା। ସୂଚନାନୂସାରେ ଝିଅଟି ସୋମବାରଠାରୁ ନିଖୋଜ ଥିଲା। ଆଉ ମଙ୍ଗଳବାର ଦିନ ଏକ ନିର୍ମାଣଧିନ ଧରୁ ଝିଅର ମୃତଦେହ ମିଳିଲା।

ସିସିଟିଭି ଆଧାରରେ ସାମ୍ନାକୁ ଆସିଲା ସତ: ତେବେ ଝିଅଟି ନିଖୋଜ ହୋଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୀଡିତା ଏବଂ ଅଭିଯୁକ୍ତ ବାଳକ ସେମାନଙ୍କ ପରିବାର ସହିତ କଲୋନୀର ଏକ ଲେବର କ୍ୱାର୍ଟରରେ ରହୁଥିଲେ।

ଅଭିଯୋଗ ପରେ ପୋଲିସ ଝିଅଟିକୁ ଖୋଜାଖୋଜି କରିଥିଲା। ଆଉ ପାଖରେ ଲାଗିଥିବା ସିସିଟିଭି ଜାଞ୍ଚ କରିଥିଲା। ସିସିଟିଭିରୁ ଜଣା ପଡିଲାକି ଏକ ନିର୍ମାଣଧୀନ ଘରକୁ ୧୩ ବର୍ଷୀୟ ବାଳକଟି ୫ ବର୍ଷରୁ ଝିଅଟିକୁ ନେଇ ଯାଉଛି।

ସତ ମାନିଲା ଅଭିଯୁକ୍ତ: ପରେ ପୋଲିସ ବାଳକଟିକୁ ଏସମ୍ପର୍କରେ ପଚରାଉଚରା କରିଥିଲା। ପୋଲିସ ଭୟରେ ସବୁ ସତ ମାନିଯାଇଥିଲା ପିଲାଟି। ଏବଂ କହିଥିଲା। ସେ ସବୁବେଳେ ପର୍ଣ୍ଣ ଭିଡିଓ ଦେଖି ନିଶାଗ୍ରସ୍ତ ରହୁଥିଲା। ସେଦିନ ବି ପର୍ଣ୍ଣ ଭିଡ଼ିଓ ଦେଖିଥିଲା।

ଆଉ ପରେ ଝିଅଟିକୁ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା। ହେଲେ ଏହାକୁ ବିରୋଧ କରିଥିଲା ନାବାଳିକା ଜଣକ। ସେଥିପାଇଁ ରାଗରେ ପ୍ରଥମେ ଝିଅଟିର ମୁଣ୍ଡକୁ କାଠ ଫାଳିଆରେ ପିଟିଥିଲା ଆଉ ପରେ ପଛରରେ ଛେଚି ମାରିଦେଇଥିଲା।

ଏବେ ଅଭିଯୁକ୍ତ ନାବାଳକ ଜଣକୁ ପୋଲିସ ନିଜ ହେପାଜତକୁ ନେଇଛି। ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୁଅଟିକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ସମ୍ମୁଖରେ ହାଜର କରାଯିବ।