fbpx

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୧୫ ଜଣ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ ଜିଲ୍ଲାରୁ କେତେ…

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ ।   କିଛିଦିନ ପୂର୍ବରୁ ଧିରେ ଧିରେ ସଂକ୍ରମଣ କମୁଥିବା ବେଳେ ୨ଦିନ ହେବ ଗ୍ରାଫ୍ ସାମାନ୍ୟ ଉପରକୁ ଉଠିଛି । ଗତ୨୪ ଘଣ୍ଟା ମଧ୍ୟରେ ୨୯ଟି ଜିଳ୍ଲାରୁ ଆଉ ୧୩୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୬୨ ଓ ସ୍ଥାନୀୟ ଅଞ୍ଚଳରୁ ୫୫୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୨ ହଜାର ୧୮୧ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

 

 

ଅନୁଗୁଳରୁ ୫୨ ଜଣ, ବାଲେଶ୍ବରରୁ ୪୩ ଜଣ,ବରଗଡ଼ରୁ ୨ ଜଣ, ଭଦ୍ରକରୁ ୪୯ ଜଣ, ବଲାଙ୍ଗୀରୁ ୪ ଜଣ, ବୌଦ୍ଧରୁ ୪ ଜଣ, କଟକରୁ ୧୯୮ଜଣ, ଦେବଗଡ଼ରୁ ୭ ଜଣ, ଢ଼େଙ୍କାନାଳରୁ ୧୮ ଜଣ, ଗଜପତିରୁ ୫ ଜଣ, ଗଞ୍ଜାମରୁ ୧୧ ଜଣ, ଜଗତସିଂହପୁରରୁ ୫୩ ଜଣ, ଯାଜପୁରରୁ ୮୯ ଜଣ, କଳାହାଣ୍ଡିରୁ ୪ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରପଡ଼ାରୁ ୨୮ ଜଣ, କେନ୍ଦୁଝରୁ ୧୩ ଜଣ, ଖେର୍ଦ୍ଧାରୁ ୪୧୩ ଜଣ, କୋରାପୁଟରୁ ୬ ଜଣ, ମାଲକାନଗିରିରୁ ୫ ଜଣ, ମୟୂରଭଞ୍ଜରୁ ୬୨ ଜଣ, ନବରଙ୍ଗପୁରରୁ ୪ ଜଣ, ନୟାଗଡ଼ରୁ ୨୫ ଜଣ, ନୂଆପଡ଼ାରୁ ୬ ଜଣ, ରାୟଗଡ଼ାରୁ ୬୨ ଜଣ, ସମ୍ବଲପୁରରୁ ୨୩ ଜଣ, ସୋନପୁରରୁ ୮ ଜଣ, ସୁନ୍ଦରଗଡ଼ରୁ ୧୬ ଜଣ ଏବଂ ଷ୍ଟୋଟ୍ ପୋଲ୍‌ରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୨ ହଜାର ୧୮୧ ଜଣ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୬୨ ହଜାର ୦୮୮ ରହିଥିବା ବେଳେ ୧୩ ହଜାର ୮୭୨ ଜଣ ଚିକିତ୍ସିତ ହେଉଛନ୍ତି ।  ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.