fbpx

ରେସଲିଂ କ୍ୱାର୍ଟରରେ ରବି ଡାହିଆ, ଅଲିମ୍ପିକରେ ପୁଣି ଚମକିଲା ଭାରତ

ନୂଆଦିଲ୍ଲୀ: ଜାଭେଲିନ୍ ଥ୍ରୋରେ ନିରଜ ଚୋପା ଫାଇନାଲରେ ପହଞ୍ଚିବା ପରେ ଭାରତକୁ ପୁଣି ଏକ ସଫଳତା ମିଳିଛି । ରେସଲର ରବି କୁମାର ଡାହିଆ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ରବି ୫୭ କେଜି ବର୍ଗରେ କଲମ୍ବିଆ ପ୍ରତିଦ୍ୱନ୍ଦ୍ୱୀ ଆସ୍କର ଟିଗ୍ରେରୋସଙ୍କୁ ପରାସ୍ତ କରିଛନ୍ତି ।

ରବି କୁମାର ଟୋକିଓ ଅଲିମ୍ପିକରେ ନିଜର ପ୍ରଥମ ମ୍ୟାଚକୁ ଜିତି ଶୁଭାରମ୍ଭ କରିଛନ୍ତି । ସେ ପ୍ରି-କ୍ୱାର୍ଟରଫାଇନାଲ ମୁକାବିକାଲରେ ଟିଗ୍ରେରୋସଙ୍କୁ ୧୩-୨ରେ ପରାସ୍ତ କରିଛନ୍ତି । ଲଢ଼ାଇ ଆରମ୍ଭ ହେବାର ପ୍ରଥମ ମିନିଟରେ ଦୁହିଁଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ରବି ଦୁଇ ଅଙ୍କ ପାଇଥିଲେ ହେଁ ଟିଗ୍ରେରୋସ ସ୍କୋରକୁ ସମାନ ସ୍ତରକୁ ଆଣିବାରେ ସକ୍ଷମ ହୋଇଥିଲେ । ମାତ୍ର ଏହାପରେ ରବି ବାଜି ପଲଟାଇ ଦ୍ୱିତୀୟ ପାଳିରେ ମୋଟ ୧୦ ଅଙ୍କ ହାସଲ କରିଥିଲେ । ସୂଚନାଯୋଗ୍ୟ ଯେ, ବିଶ୍ୱ କୁସ୍ତି ଚାମ୍ପିୟନସିପରେ କ୍ୱାର୍ଟର ଫାଇନାଲରେ ବିଜୟ ଲାଭ କରିବା ପରେ ରବି ଟୋକିଓ ଅଲିମ୍ପିକକୁ କ୍ୱାଲିଫାଇ କରିଥିଲେ ।

Get real time updates directly on you device, subscribe now.