fbpx

ଜିପରେ ଯାଉଥିବା ବେଳେ ଖାଇକୁ ଖସିପଡ଼ିଲେ ୧୪ ଯାତ୍ରୀ: ୯ ଜଣଙ୍କ ମୃତ୍ୟୁ, ୩ ଶୋଚନୀୟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି । ମଦ୍ୟପାନ, ବେପରୁଆ ଗାଡ଼ି ଚାଳନା ଓ କୁହୁଡ଼ି ଆଦି ବିଭିନ୍ନ କାରଣରୁ ଅନେକ ସମୟରେ ରାସ୍ତାଘାଟରେ ଦୁର୍ଘଟଣା ଘଟିଥାଏ । ତେବେ ୧୪ ଯାତ୍ରୀକୁ ନେଇ ଯାଉଥିବା ଏକ ଜିପ ଅଚାନକ ଏକ ଖାଲ ମଧ୍ୟକୁ ଖସି ପଡ଼ିବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନା ମୁତାବକ, କେରଳର ୱାୟନାଡରୁ ଆସିଛି ଏଭଳି ଏକ ବଡ଼ ଦୁର୍ଘଟଣା ଖବର । ମନାନ୍ଥାଭାଡିର ଥାଭିନହାଲ ଗ୍ରାମ ପଞ୍ଚାୟତ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ୯ ଜଣ ଯାତ୍ରୀଙ୍କୁ ମନାନ୍ଥାଭାଡି ମେହିକାଲ କଲେଜ ହସ୍ପିଟାଲରେ ମୃତ ଘୋଷଣା କରାଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଜିଲ୍ଲାପାଳଙ୍କ ପକ୍ଷରୁ ମୃତକଙ୍କ ବିଷୟରେ ସୂଚନା ପ୍ରଦାନ କରାଯାଇଛି ।

ଶ୍ରମିକମାନେ ଜିପରେ ବାଗାନରୁ ଯାତ୍ରା ଆରମ୍ଭ କରିଥିଲେ । ସମସ୍ତ ମୃତକଙ୍କ ଘର ୱାୟନାଡରେ ବୋଲି ଜଣାପଡ଼ିଛି । ଜିପଟି ୨୫ ମିଟର ବିଶିଷ୍ଟ ଏକ ଖାଇରେ ଖସିପଡ଼ିବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା । ସମସ୍ତ ଆହତଙ୍କର ଚିକିତ୍ସା ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ପିନାରାଈ ବିଜୟନ ପୀଡ଼ିତଙ୍କ ଚିକିତ୍ସା ସଠିକ୍ ଭାବେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିଲେ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ୱାୟନାଡ ହେଉଛି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ଲୋକସଭା ସଂସଦୀୟ କ୍ଷେତ୍ର ।

Get real time updates directly on you device, subscribe now.