fbpx

ରାଜ୍ୟରେ ଚିହ୍ନଟ ହେଲେ ୧୪୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ: ୩୪୭ ହେଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନା ମହାମାରୀ ପୁଣି ଥରେ ଏହାର କାୟା ବିସ୍ତାର କରିବାରେ ଲାଗିଛି । ଏହା ସହ ଓମିକ୍ରନ ଭାରିଆଣ୍ଟ ମଧ୍ୟ ଦ୍ରୁତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରୁ ଆଉ ୧୪୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଆଇଏଲଏସ୍ ପକ୍ଷରୁ ସୂଚନା । ପଠାଯାଇଥିବା ୨୪୯ ଟି ନମୁନାର ଜିନୋମ ସିକ୍ୱେନ୍ସିଂରୁ ୧୪୫ ଓମିକ୍ରନ ପଜିଟିଭ ହୋଇଛି । ଏହାସହ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୪୭ ରେ ପହଞ୍ଚିଛି ।

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୬୦୭ କରେନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୭୨୮ ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୪୮୭୯ ଲୋକାଲ କଣ୍ଟାକ୍ଟ ରହିଛନ୍ତି । ସେହିଭଳି ୧୮ ବର୍ଷ ବର୍ଗ ମଧ୍ୟରେ ୯୯୧ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୧୧୬୭୦୯୪ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୦୭୩୭୭୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଆକ୍ଟିଭ କେସ୍ ରହିଛି ୮୪୭୭୦ ।

Get real time updates directly on you device, subscribe now.