fbpx

ଖୁସି ଖବର: ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାର କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୫୦୨କୁ ବୃଦ୍ଧି ପାଇଛି । ୧୪୯ଙ୍କ ମଧ୍ୟରୁ ଗଞ୍ଜାମରୁ ୪୯, ଖୋର୍ଦ୍ଧାରୁ ୨୪, ମୟୁରଭଞ୍ଜରୁ ୧୪, କଟକରୁ ୧୩, କଳାହାଣ୍ଡିରୁ ୬, କେନ୍ଦ୍ରାପଡ଼ାରୁ ୬, ରାୟଗଡ଼ାରୁ ୫, ଅନୁଗୁଳରୁ ୪, ଝାରସୁଗୁଡ଼ାରୁ ୪, ସୁନ୍ଦରଗଡ଼ରୁ ୪, ବଲାଙ୍ଗିରରୁ ୩, ଭଦ୍ରକରୁ ୩, ଯାଜପୁରରୁ ୩, ପୁରୀରୁ ୩, ବାଲେଶ୍ୱରରୁ ୨, ଜଗତସିଂହପୁରୁ ୨, ନୟାଗଡ଼ରୁ ୨, ବରଗଡ଼ ଓ କୋରାପୁଟରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.