fbpx

ଗୋପରେ ଦେଖିବାକୁ ମିଳିଲା ବିଚିତ୍ର ଘଟଣା! ପାଣିରେ ଭାସି ଭାସି ଆସିଲା ୧୫ କେଜିର ଏକ ପଥର, ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ଼

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ପାଖପାଖରେ ଏପରି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ ଯାହାକୁ କେହି ସହଜରେ ଗ୍ରହଣ କରିନଥାନ୍ତି । ସାଧାରଣ ଭାବେ ପଥର ପାଣିରେ ବୁଡ଼ିଯାଏ । ମାତ୍ର ଯଦି ଆପଣଙ୍କୁ କିଏ କହିବ ପଥର ପାଣିରେ ଭାସୁଛି ତେବେ ଆପଣ ତାଙ୍କୁ ପାଗଳ ବୋଲି ନିଶ୍ଚୟ କହିବେ । ତ୍ରେତୟା ଯୁଗରେ ଭଗବନ ଶ୍ରୀରାମଚନ୍ଦ୍ର ମା’ ସୀତାଙ୍କୁ ଲଙ୍କାରୁ ଆଣିବା ପାଇଁ କିସ୍କିନ୍ଧା ମହାରାଜ ସୁଗ୍ରୀବଙ୍କ ନେତୃତ୍ୱରେ ସେତୁବନ୍ଧ ବାନ୍ଧିଥିଲେ । ସେହି ସମୟରେ ସମସ୍ତ ପଥର ସମୁଦ୍ରରେ ନ ବୁଡ଼ି ଭାସିବାରେ ଲାଗିଥିଲା ।

ତେବେ ତ୍ରେତୟା ଯୁଗର ପଥର ଏବେ କଳି ଯୁଗରେ ଦେଖିବାକୁ ମିଳିଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ପାଣିରେ ଭାସୁଥିବା ଏହି ପଥରକୁ ଦେଖିବାକୁ ଲୋକଙ୍କର ଭିଡ଼ ଜମିବା ସହିତ ମହିଳାମାନେ ହୁଳହୁଳି ପକାଇ ଏହି ଅଲୌକିକ ପଥରକୁ ପୂଜାର୍ଚ୍ଚନା କରିବାରେ ଲାଗିଥିଲେ । ଗତ ୨୮ ତାରିଖ ଅପରାହ୍ଣରେ ଗୋପ ବ୍ଲକ ଅନ୍ତର୍ଗତ ବେଦପୁର ପଞ୍ଚାୟତର ବାଲିସାହି ଗ୍ରାମରେ ଘଟିଥିଲା ଏପରି ଏକ ଘଟଣା । ଗ୍ରାମର ଜଣେ ବ୍ୟକ୍ତି ଗୋପ ଶାଖା କୋନାଲରେ ମଇଁଷି ପଲଙ୍କୁ ଗାଧୋଇବାକୁ ନେଇଥିଲେ ।

ତେବେ ଏହି ସମୟରେ ହଠାତ୍ ଘଟିଥିଲା ଏକ ବିଚିତ୍ର ଘଟଣା । ଅଚାନଏକ ଗୋଟିଏ ପଥର ଭାସି ଭାସି ଆସୁଥିବା ଦେଖି ଉକ୍ତ ବ୍ୟକ୍ତି ଗାଁର ଅନ୍ୟ ଲୋକଙ୍କୁ ଡାକିଥିଲେ । ଏହାପରେ ୩/୪ ଜଣ ମଇଁଷିଆଳ ଏକତ୍ର ହୋଇ ଯାହା ଦେଖିଲେ ସେମାନେ ତାହାକୁ ବିଶ୍ୱାସ କରିପାରିନଥିଲେ । ତେବେ ପଥରକୁ ଉଠାଇ ଧରିବାରୁ ତାହା ୧୫-୨୦ କେଜି ହେବ ବୋଲି ଅନୁମାନ କରାଯାଇଥିଲା । ଏହି ଖବର ପ୍ରଘଟ ହେବା ପରେ ପଥରକୁ ଦେଖିବାକୁ ପ୍ରଭଳ ଭିଡ଼ ଜମିଥିଲା । ତେବେ ବାବା ଦକ୍ଷିଣେଶ୍ୱର, ମା’ ଜାଗୁଳାଇ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ବଳରାମ ଦାସଙ୍କ ସମାଧି ପୀଠ ନିକଟରୁ ଏହି ପଥର ଠାବ ହୋଇଥିବାରୁ ତାହା ଏକ ଅସାଧାରଣ ପଥର ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.