fbpx
BJD SKY
BJD SKY

କୃମି ଔଷଧ ଖାଇ ୧୫୦ ସ୍କୁଲ ପିଲା ବେହୋସ, ବାହାଘର ଭୋଜି ଖାଇ ୨୪ ଅସୁସ୍ଥ

BJD

ନୂଆଦିଲ୍ଲୀ: ଅନେକ ସମୟରେ ବାହାଘର, ଉତ୍ସବ, ମେଳା ଆଦିରେ ଭୋଜି ଖାଇ ବହୁଲୋକ ଆକ୍ରାନ୍ତ ହୋଇଥାନ୍ତି । ତେବେ ବିହାରରେ ବାହାଘର ଭୋଜି ଖାଇ ଅନେକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ବରପକ୍ଷର ଅତିଥିମାନେ କନ୍ୟାଘରେ ପହଞ୍ଚିବା ପରେ ସେମାନେଙ୍କୁ ଖାଦ୍ୟ ପରସା ଯାଇଥିଲା । ମାତ୍ର ଖାଦ୍ୟ ଖାଇବାର କମ୍ ସମୟ ମଧ୍ୟରେ ସମସ୍ତସ୍ତେ ଅସୁସ୍ଥ ହୋଇଯାଇଥିଲେ । ଅଧିକାଂଶ ଲୋକ ଭୋଜି ଖାଇବା ପରେ ବାନ୍ତି କରିଥିଲେ ।

ଏହି ଘଟଣାରେ ପାଖାପାଖି ୨୪ ଜଣଙ୍କ ଅବସ୍ଥା ଅସମ୍ଭାଳ ହୋଇପଡ଼ିଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ସଙ୍ଗେସଙ୍ଗେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ଜଣାପଡ଼ିଛି ଯେ, ନବାଦ ଜିଲ୍ଲାର ଔରୈନା ଗ୍ରାମର ଜଣେ ଯୁବତୀଙ୍କ ବାହାଘର ଅବସରରେ ଭୋଜିର ଆୟୋଜନ କରାଯାଇଥିଲା । ମାତ୍ର ବରପକ୍ଷର ଲୋକମାନେ ଭୋଜି ଖାଇବା ପରେ ହଠାତ୍ ଆକ୍ରାନ୍ତ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ହସ୍ପିଟାଲରେ ବେଡର ଅଭାବ କାରଣରୁ ଛୋଟ ପିଲାଙ୍କୁ ବାହାରେ ଖୋଲା ଆକାଶ ତଳେ ତଳେ ଶୁଆଇ ଚିକିତ୍ସା କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଶୁକ୍ରବାର ଦିନ ମୁଙ୍ଗୋର ଜିଲ୍ଲାରେ ୪୮ରୁ ଅଧିକ ଛାତ୍ର ଅସୁସ୍ଥ ହୋଇଥିଲେ । ଜାତୀୟ କୃମି ଦିବସ ଅବସରରେ ସ୍କୁଲ ପିଲାଙ୍କୁ ଏଲବେଣ୍ଡାଜୋଲ ଔଷଧ ଦିଆଯାଇଥିଲା । ମାତ୍ର ଔଷଧ ଖାଇବା ପରେ ପିଲମାନେ ବେହୋସ୍ ହୋଇଯାଇଥିଲେ । ମୁଙ୍ଗେର, ଭାଗଲପୁର ଓ ବେଗୁସରାଇ ଜିଲ୍ଲା ସ୍କୁଲର ମୋଟ ୧୫୦ ଛାତ୍ରଛାତ୍ରୀ ଏହି ଔଷଧ ସେବନ କରି ଅସୁସ୍ଥ ହୋଇଥିଲେ । ତେବେ ଖାଲି ପେଟରେ ମେଡିସିନ ଖାଇଥିବାରୁ ଏପରି ଅବସ୍ଥା ହୋଇଥିବା ଡାକ୍ତର କହିଥିଲେ ।

Get real time updates directly on you device, subscribe now.