fbpx
BJD
BJD SKY
BJD SKY

ସାବଧାନ୍! ଏପରି ଅଭ୍ୟାସ ଆପଣଙ୍କ ମସ୍ତିଷ୍କକୁ କରିପାରେ ଖରାପ

ଯେକୌଣସି ବହି, ବ୍ଲଗ୍ ବା ଟିଭିରେ ଆପଣଙ୍କ ଶରୀରର ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା ହୋଇଥାଏ । କିନ୍ତୁ କେଉଁଠାରେ ଆପଣଙ୍କ ମସ୍ତିଷ୍କର ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା ହୋଇନଥାଏ । ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆପଣଙ୍କ ମସ୍ତିଷ୍କ ଉପରେ ଅଧିକ ପ୍ରେସର ପଡୁଛି । ଏପରି ପରିସ୍ଥିିତିରେ ଆପଣଙ୍କ ଅଭ୍ୟାସ ଯୋଗୁଁ ବ୍ରେନ୍ ଖରାପ ହେବାର ସମ୍ଭାବନାକୁ ଅଧିକ ବଢ଼ାନ୍ତୁ ନାହିଁ ।

ନିଦର ଅଭାବ:-
ଭଲ ନିଦ ନହେବା କାରଣରୁ ଆପଣଙ୍କ ଶରୀର ନିଶ୍ଚିତ ଭାବରେ କ୍ଳାନ୍ତ ଅନୁଭବ କରେ । କିନ୍ତୁ ଏହାଠାରୁ ଅଧିକ ପ୍ରଭାବ ଆପଣଙ୍କ ମସ୍ତିଷ୍କର ମକେନିଜମ୍ ଉପରେ ପଡିଥାଏ । ବାରମ୍ବାର ନିଦର ଅଭାବ ଯୋଗୁଁ ଆପଣଙ୍କ ମସ୍ତିଷ୍କ ସହ ମେମୋରୀ ଉପରେ ବି ଗଭୀର ପ୍ରଭାବ ପଡ଼ିପାରେ ।

ଅତ୍ୟଧିକ ଲୁଣ ଖାଇବା:-
ଅତ୍ୟଧିକ ଲୁଣ ହାଇ ବ୍ଲଡପ୍ରେସରର କାରଣ ହୋଇପାରେ । ଯେଉଁ କାରଣରୁ ଷ୍ଟ୍ରୋକ୍ ହେବାର ଆଶଙ୍କା ବଢ଼ିଥାଏ । ଷ୍ଟ୍ରୋକ୍ ହେବାର ସମ୍ଭାବନାର ଅର୍ଥ ହେଉଛି- ମସ୍ତିଷ୍କ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି । ଏହା ବ୍ୟତୀତ ଶବ୍ଦ ପ୍ରଦୂଷଣକୁ ଏଡାଇବାକୁ ମଧ୍ୟ ଚେଷ୍ଟା କରିବା ଉଚିତ୍ । କାନରେ ଅତ୍ୟଧିକ ଶବ୍ଦ ଆପଣଙ୍କ ମସ୍ତିଷ୍କ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇପାରେ ।

ଏକା ରହିବାର ଶିକାର:-
ଆପଣଙ୍କ ପାଖରେ ଏପରି କେହି ରହିବା ଆବଶ୍ୟକ, ଯାହାକୁ ଆପଣ ସମସ୍ତ ସମସ୍ୟା ସେୟାର କରିପାରିବେ । ନିଜ ଭିତରେ ଅନେକ ଜିନିଷ ରଖିବା ଦ୍ୱାରା ଆପଣଙ୍କୁ ଷ୍ଟ୍ରେସ୍ ହୋଇପାରେ । ଯଦି ତୁମେ କାହାକୁ ନିଜ ଷ୍ଟ୍ରେସ୍ କହି ରିଲିଜ୍ କରିପାରୁଛି, ତେବେ ଆପଣଙ୍କ ମସ୍ତଷ୍କ ବି ଶାନ୍ତ ଓ ଆରାମଦାୟକ ରହିପାରିବ ।

Get real time updates directly on you device, subscribe now.