fbpx
BJD
BJD SKY
BJD SKY

କର୍ପୂରରେ କରନ୍ତୁ ଏହି ସବୁ କାମ: କାଳସର୍ପ ଓ ବାସ୍ତୁ ଦୋଷ ଦୂର ହୋଇଥାଏ, ଜାଣନ୍ତୁ ଅନ୍ୟ ଫାଇଦା

ନୂଆଦିଲ୍ଲୀ: ଘର ହେଉ ଅଥବା ମନ୍ଦିର କୌଣସି ପୂଜା ସମୟରେ ଆଳତୀ ପାଇଁ କର୍ପୂର ବ୍ୟବହାର କରାଯାଏ । ଆଳତୀ ତଥା ହୋମରେ ବ୍ୟବହାର ହେଉଥିବା କର୍ପୂରର ଅନେକ ବୈଜ୍ଞାନିକ ଗୁଣ ମଧ୍ୟ ରହିଥାଏ । ଏହାର ବ୍ୟବହାର ଦ୍ୱାରା ବିଭିନ୍ନ ପ୍ରକାର ଗ୍ରହଦୋଷ ଏବଂ ବାସ୍ତୁ ଦୋଷ ଦୂର ହୋଇଥାଏ ।

କର୍ପୂରର ଫାଇଦା:

ଘରେ ସକାଳୁ ଏବଂ ସନ୍ଧ୍ୟାରେ କର୍ପୂର ଜଳାଇବା ଦ୍ୱାରା ପରିବେଶ ଶୁଦ୍ଧ ରହିଥାଏ । ସକରାତ୍ମକ ପରିବେଶ ସୃଷ୍ଟି ହେବା ସହିତ ନକରାତ୍ମକ ଭାବନା ଦୂର ହୋଇଥାଏ । ଏହା ସହିତ ପରିବାରରେ ଶୁଖ ଶାନ୍ତି ମଧ୍ୟ ବଢିଥାଏ ।

ଯଦି ଘରର କୌଣସି ସ୍ଥାନରେ ବାସ୍ତୁ ଦୋଷ ରହିଛି ତାହେଲେ ଗୋଟିଏ ଛୋଟ ପାତ୍ରରେ କିଛି କର୍ପୂର ଉକ୍ତ ଯାଗାରେ ରଖନ୍ତୁ । କର୍ପୂର ଶେଷ ହେବା ପରେ ପୁନର୍ବାର କର୍ପୂର ଭରନ୍ତୁ । ଏପରି କରିବା ଦ୍ୱାରା ବାସ୍ତୁ ଦୋଷ ଧୀରେ ଧୀରେ ଦୂର ହୋଇଥାଏ ।

ପିତୃ ଦୋଷ ବା କାଳସର୍ପ ଦୋଷ ରହିଥିଲେ ଜୀବନରେ ଉନ୍ନତି ଅସମ୍ଭବ । ଏପରି ସ୍ଥିତିରେ ଦିନରେ ୩ଥର ଘରେ କର୍ପୂର ଜଳାନ୍ତୁ । ସକାଳେ, ସନ୍ଧ୍ୟା ଓ ରାତିରେ ଘରେ କର୍ପୂର ଜଳାଇବା ଦ୍ୱାରା ଏହି ଦୋଷ ଦୂର ହୋଇଥାଏ ।

ଶନିବାର ଗାଧୋଇବା ପାଣିରେ କର୍ପୂର ତେଲ ଏବଂ ମଲ୍ଲୀ ଫୁଲ ତେଲରେ ସ୍ନାନ କଲେ ଶନି ଦୋଷ ଦୂର ହୋଇଥାଏ ।

ଦାମ୍ପତ୍ୟ ଜୀବନରେ ସମ୍ପର୍କକୁ ଠିକ୍ ରଖିବା ପାଇଁ ଶୋଇବା ଘରେ କର୍ପୂର ରଖନ୍ତୁ ଏବଂ ଏହାକୁ କିଛିଦିନ ଅନ୍ତରରେ ବଦଳାନ୍ତୁ । ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଦୃଢ ହୋଇଥାଏ ।

ଶୋଇବା ସମୟରେ ଖରାପ ସ୍ୱପ୍ନ ଦେଖୁଥିଲେ ଶୋଇବା ଘରେ କର୍ପୂର ଜଳାନ୍ତୁ । ଏପରି କରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂରେଇ ଯାଆନ୍ତି ।

Get real time updates directly on you device, subscribe now.