fbpx

ଆଦାନୀ ଗ୍ରୁପ କମ୍ପାନୀ ଋଣ ପରିଶୋଧ କଲା ୧,୫୦୦ କୋଟି, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

Advertisement

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ପାଇଁ ସମସ୍ୟା ଦିନକୁ ଦିନ ଜଟିଳ ହେବାକୁ ଲାଗିଥିବା ବେଳେ ଆଜି ଏକ ଆରାମ ଦାୟକ ଖବର ସାମ୍ନାକୁ ଆସିଛି । ଅଦାନୀ ଗ୍ରୁପର କମ୍ପାନୀ ଆଦାନୀ ପୋର୍ଟସ ଏଣ୍ଡ ସ୍ପେସାଲ ଇକୋନୋମିକ୍ ଜୋନରେ ୧୫୦୦ କୋଟି ଋଣ ଟଙ୍କାକୁ ସୁଜି ଦେଇଛି ।

ସୂଚନା ଅନୁଯାୟୀ, ଅଦାନୀ ଗ୍ରୁପ ଆଜି ୧୫୦୦ କୋଟି ଋଣ କରିଥିବା ଟଙ୍କା ସୁଜିଥିବାବେଳେ ମାର୍ଚ୍ଚ ମାସରେ ୧,୦୦୦ କୋଟି ଟଙ୍କା ଦେୟ କରିବାର ସୂଚନା ରହିଛି । ବୁଧବାରଦିନ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଆଦାନୀ ଗ୍ରୁପ କମ୍ପାନୀ ସେବାର ପରିପକ୍ୱ ବାଣିଜ୍ୟିକ କାଗଜପତ୍ରରେ ଏସବିଆଇ ମ୍ୟୁଚୁଆଲ ଫଣ୍ଡକୁ ୧୦୦୦ କୋଟି ଟଙ୍କା ପ୍ରଦାନ କରିଛି ।

ଅଦାନୀ ଗ୍ରୁପ୍ କମ୍ପାନୀ ଏକ ସାଙ୍ଗରେ ଅନ୍ୟ ୫୦୦ କୋଟି ଆଦିତ୍ୟ ବିର୍ଲା କମ୍ପାନୀର ସନ୍ ଲାଇଫ ମ୍ୟୁଚୁଆଲ ଫଣ୍ଡକୁ ଋଣ ପରିଶୋଧ କରିଥିବା କଥା ଜଣାପଡିଛି । ଏକ କମ୍ପାନୀ ମୁଖପାତ୍ର କହିଛନ୍ତି ଯେ, ଏହି ଦେୟ ନଗଦ ​​ବାଲାନ୍ସରୁ ଏବଂ ବ୍ୟବସାୟ କାର୍ଯ୍ୟରୁ ଆୟ ହୋଇଛି। ଅନ୍ୟପଟେ ଏସବିଆଇ ଏମଏଫ ମୁଖପାତ୍ର କହିଛନ୍ତି, ବର୍ତ୍ତମାନ କମ୍ପାନୀକୁ ଆଉ କୌଣସି ଦେୟ ଦେବାକୁ ପଡିବ ନାହିଁ।

Get real time updates directly on you device, subscribe now.