fbpx

ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବିଦାୟ ଦେବା ସମୟରେ ପାଦ ଛୁଇଁ ନମସ୍କାର ହେଲେ ଜଗନ୍ ମୋହନ ରେଡ୍ଡୀ, ଫଟୋ ଭାଇରଲ

Advertisement

ନୂଆଦିଲ୍ଲୀ: ବୁଧବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀ ବ୍ୟକ୍ତିଗତ ଭାବେ ଗନ୍ନାରାମ ବିମାନବନ୍ଦରରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବିଦାୟ ଦେଖିଛନ୍ତି। ଏହି ସମୟରେ ଜଗନ୍ ମୋହନ ରେଡ୍ଡୀ ହରିଚନ୍ଦନଙ୍କ ପାଦକୁ ଛୁଇଁ ନମସ୍କାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଯେତେବେଳେ ସେ ରାୟପୁର ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ହେଲେ, ଏବଂ ଯେଉଁଠାରେ ସେ ଆଜି ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିବେ।

ଛତିଶଗଡର ରାଜ୍ୟପାଳ ଭାବେ ହରିଚନ୍ଦନଙ୍କୁ ନିଯୁକ୍ତ କରାଯାଇଛି। ମଙ୍ଗଳବାର ରାତିରେ ଏକ ସରକାରୀ ବିଦାୟ ସମାରୋହରେ ରେଡ୍ଡୀ ମନେ ପକାଇ କହିଛନ୍ତି ଯେ ଯେଉଁ ସମୟରେ କେତେକ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା, ସେତେବେଳେ ହରିଚନ୍ଦନ ବିଭିନ୍ନ ସାମ୍ବିଧାନିକ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ଅଧିକ ସମ୍ମାନ ଆଣିବାକୁ ସର୍ବଦା ଚେଷ୍ଟା କରୁଥିଲେ। ତେବେ ତାଙ୍କୁ ବିଦାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ YS ଭାରତୀ, ଗୃହମନ୍ତ୍ରୀ , ଆନ୍ଧ୍ରପ୍ରଦେଶ କୃଷି ମିଶନ ଉପାଧ୍ୟକ୍ଷ , ବିଧାନ ପରିଷଦର ଅଧ୍ୟକ୍ଷ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.