fbpx

ସିଏଏକୁ ନେଇ ରାଷ୍ଟ୍ରପତିଙ୍କୁ ଗୁହାରି

ନୂଆଦିଲ୍ଲୀ,୨୪ ।୧: ନାଗରିକତା ସଂଶୋଦନ ଆଇନ ବା ସିଏଏ ସମର୍ଥନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ୧୫୪ ଜଣିଆ ପ୍ରତିନିଧିମଣ୍ଡଳୀ । ଏହି ପ୍ରତିନିଧିମଣ୍ଡଳୀରେ ୧୧ ଜଣ ପୂର୍ବତନ ବିଚାରପତିଙ୍କ ସମେତ ୭୨ ଜଣ ଅମଲା, ୫୬ ଜଣ ପୂର୍ବତନ ସେନା କର୍ମଚାରୀ ଓ ୧୫ ଜଣ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ସିଏଏକୁ ବିରୋଧ ନାଁରେ ଦେଶବାସୀଙ୍କୁ ବିଭ୍ରାନ୍ତ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଅଯଥା ଧାରଣା ଓ ଆନ୍ଦୋଳନ ଯୋଗୁଁ ଲୋକେ ଅସୁବିଧା ଭୋଗୁଛନ୍ତି, ଯାହାଦ୍ୱାରା ଦେଶର ଛବି ମଳିନ ହେଉଥିବା ଜଣାଇଛନ୍ତି ପ୍ରତିନିଧିମଣ୍ଡଳୀ ।

Get real time updates directly on you device, subscribe now.