fbpx

ସରକାର ଭାଙ୍ଗିଲେ କଲେଜ ପରିଚାଳନା କମିଟି

ଭୁବନେଶ୍ୱର,୨୪ ।୧(ଓଡିଶା ଭାସ୍କର): କଲେଜ ଗଭର୍ଣ୍ଣିଂ ବଢି ବା ପରିଚାଳନା କମିଟିକୁ ଆଜି ଭାଙ୍ଗିଛନ୍ତି ରାଜ୍ୟ ସରକାର । ସବୁ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ଗଭର୍ଣ୍ଣିଂ ବଡି ଭଙ୍ଗାଯାଇଛି । ପରିଚାଳନା କମିଟି ଭଙ୍ଗ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ସବୁ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜ ପାଇଁ ଏହି ନିୟମ ଲାଗୁ ହେବ । ଏଣିକି ଜିଲ୍ଲା ସଦର ମହକୁମାରେ କଲେଜ ଥିଲେ ଏଡିଏମ ଅଧ୍ୟକ୍ଷ ହେବେ । ଜିଲ୍ଲା ମୁଖ୍ୟଳୟ ବାହାରେ ଥିବା କଲେଜର ଦାୟିତ୍ୱ ନେବେ ଉପଜିଲ୍ଲାପାଳ ।

ସେହିପରି ରାଜ୍ୟର ସ୍ୱୟଂଶାସିତ କଲେଜଗୁଡିକ ପାଇଁ ଏହି ବିଜ୍ଞପ୍ତି ଲାଗୁ ହେବନି । ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ୱାରା ସ୍ଥାପିତ କଲେଜ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବନି ।

Get real time updates directly on you device, subscribe now.