fbpx

ମନ ପସନ୍ଦର ଖାଇବା ରୋଷେଇ କଲାନି ମା’, ଆତ୍ମହତ୍ୟା କରିଦେଲା ୧୬ ବର୍ଷୀୟା ଝିଅ

ନୂଆଦିଲ୍ଲୀ: ଦେହରାଡୁନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୧୬ ବର୍ଷୀୟା ନାବାଳିକା ସାମାନ୍ୟ କଥାରେ ଆତ୍ମହତ୍ୟା କରିଛନ୍ତି । ଉତ୍ତରାଖଣ୍ଡ ଦେହରାଡୁନ ଜିଲ୍ଲାରେ ମନ ପସନ୍ଦର ଖାଦ୍ୟ ରୋଷେଇ ନକରିବା ଫଳରେ ନିଜ ମା’ ଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହାପରେ ସେଚ ନିଜ ଘରର ଛାତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପୋଲିସର କହିବା ମୁତାବକ ପରିବାର ସଦସ୍ୟ ଏବଂ ପଡ଼ୋଶୀମାନେ ସୂଚନା ଦେଇଛନ୍ତି ଯେ, ଝିଅଟି ରାତିର ଖାଇବାକୁ ନେଇ ମା’ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଓ ଖାଇବାକୁ ମନା କରିଥିଲେ । ଏହା ପରେ ରାଗରେ ସେ ନିଜ ରୁମକୁ ଯାଇ ଭିତରକୁ ଲକ୍ କରିଥିଲେ । ପ୍ରଥମେ ପରିବାର ଲୋକ ଏହାକୁ ଗୁରୁତର ଭାବରେ ନେଇନଥିଲେ । କିନ୍ତୁ ଅନେକ ସମୟ ବିତିବା ପରେ ମଧ୍ୟ ସେ ରୁମରୁ ବାହାରକୁ ନଆସିବାରୁ ପରିବାର ଲୋକ ଚିନ୍ତିତ ହୋଇ ରୁମ୍ ପାଖକୁ ଯାଇଥିଲେ ।

ପରିବାର ସଦସ୍ୟ ଝିଅ ରୁମର କବାଟ ବାଡେଇ ତାଙ୍କୁ କବାଟ ଖୋଲିବାକୁ କହିଥିଲେ କିନ୍ତୁ ସେ କୌଣସି ଉତ୍ତର ଦେଇନଥିଲେ । ତା’ପରେ ସେମାନେ କବାଟ ଭାଙ୍ଗିଥିଲେ ଓ ଝିଅକୁ ଛାତରୁ ଝୁଲୁବାର ଦେଖିବାକୁ ପାଇଥିଲେ । ଏହା ପରେ ପରିବାର ଲୋକ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ । କିନ୍ତୁ ସେତେବେଳକୁ ଅନେକ ବିଳମ୍ବ ହୋଇଗଲା, ଯାହାଫଳରେ ଡାକ୍ତରମାନେ ଝିଅକୁ ମୃତ ବୋଲି ଘୋଷଣା କରିଥିଲେ । ପୋଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.