ନୃଶଂସ ସାଜିଲା ୧୬ ବର୍ଷୀୟ ବାଳିକା, ଏୟାରପୋର୍ଟରେ ଶିଶୁକୁ ଜନ୍ମ ଦେଇ ଡଷ୍ଟବିନରେ ଫିଙ୍ଗିଦେଲା

ଏୟାରପୋର୍ଟରେ ଶିଶୁକୁ ଜନ୍ମଦେଲା ନାବାଳିକା, ପରେ କଲା ଏଭଳି ନୃଶଂସ କାମ

ନୂଆଦିଲ୍ଲୀ: ମୁମ୍ବାଇ ଏୟାରପୋର୍ଟରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ନାବାଳିକା ଅର୍ଥାତ ୧୬ ବର୍ଷୀୟ ବାଳିକା ଏକ ଶିଶୁକୁ ଜନ୍ମ ଦେଇ, ଡଷ୍ଟବିନରେ ଫିଙ୍ଗିଦେଇଛି।

ଏହି ଘଟଣାକୁ ଚାରି ଦିନ ବିତିସାରିଛି। ଏହାପରେ ଆଜି ପୋଲିସ ଏହି ନବଜାତ ଶିଶୁର ମାଆକୁ ପରିଚିତ କରାଇଛି। ଏହି ନାବାଳିକା ଏବଂ ତାଙ୍କ ତାଙ୍କ ମାଆ ଦାବି କରିଛନ୍ତି ଯେ, ଏହା ଏକ ‘ଗର୍ଭପାତ’ ଥିଲା।

ହେଲେ ଏହି ମାମଲାର ତଦନ୍ତ ଜାରି ରହିଛି। ପୋଲିସ ବର୍ତ୍ତମାନ ଏହି ଯାଞ୍ଚ କରୁଛି ଯେ, ଶିଶୁଟି ଜୀବିତ ଥିଲା ନା ତାହା ମୃତ ଥିଲା ନା ଏହା ଭ୍ରୁଣ ଥିଲା, ଯାହାକୁ ଶୌଚାଳୟରେ ଫିଙ୍ଗାଯାଇଥିଲା।

ଏୟାରପୋର୍ଟ ସିସିଟିଭିରେ ଧରାପଡିଲେ: ପୋଲିସ ଏୟାରପୋର୍ଟର ସିସିଟିଭି ଫୁଟେଜ ସାହାଯ୍ୟରେ ଝିଅ ଏବଂ ତାଙ୍କ ମାଆଙ୍କର ସନ୍ଧାନ ପାଇଛି। ଫୁଟେଜରେ ଝିଅଟିକୁ ଚିନ୍ତିତ ଅବସ୍ଥାରେ ଶୌଚାଳୟ ଆଡକୁ ଯିବା ଦେଖିବାକୁ ମିଳିଛି।

ପୋଲିସ ଯାଞ୍ଚ ସମୟରେ ଝିଅଟି କହିଛି ଯେ, ଶୌଚାଳୟରେ ତାର ଗର୍ଭପାତ ହୋଇଯାଇଥିଲା ଏବଂ ତାଙ୍କ ମାଆ ସେହି ଶିଶୁକୁ ଡଷ୍ଟବିନରେ ଫୋପାଡି ଦେଇଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାକୁ ନେଇ ତଦନ୍ତ ଜାରି ରଖିଛି।