fbpx

ସ୍ୱତନ୍ତ୍ର ବିମାନ ଯୋଗେ କେରଳରୁ ଫେରିଲେ ୧୬୯ ଓଡ଼ିଆ ଝିଅ

ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭାସ୍କର): କେରଳରେ ଫସିଥିବା ୧୬୯ ଓଡ଼ିଆ ଝିଅ ଆଜି ଓଡ଼ିଶା ଫେରିଛନ୍ତି । ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶା ଫେରିଛନ୍ତି ଓଡ଼ିଆ ଝିଅ । ସମସ୍ତେ କେରଳରେ ଏକ କମ୍ପାନୀରେ କାମ କରୁଥିଲେ । କରୋନା ପାଇଁ ତାଲାବନ୍ଦ ଯୋଗୁଁ ସମସ୍ତେ ଫସି ରହିଥିଲେ । ସମସ୍ତେ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି ।
କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଳକ ଡାଉନ ରହିଛି । ବାହାର ରାଜ୍ୟରେ ଏନେଇ ବହୁ ଓଡ଼ିଆ ଫସି ରହିଛନ୍ତି । ତେଣୁ ସରକାର ସେମାନଙ୍କୁ ଫେରେଇ ଆଣିବାକୁ ବହୁ ପ୍ରକାର ପଦକ୍ଷେପ ନେଇଛନ୍ତି । ଏନେଇ ସ୍ୱତନ୍ତ୍ର ବିମାନ, ଟ୍ରେନ ଓ ବସ୍ ର ବ୍ୟବସ୍ଥା କରିଛନ୍ତି ।

Get real time updates directly on you device, subscribe now.